ଖଣ୍ଡପଡା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ଅନୁଷ୍ଠିତ

ନୟାଗଡ: ନୟାଗଡ ଜିଲ୍ଲାର ଖଣ୍ଡପଡାରେ କଳା ବିକାଶ ପରିଷଦ ପକ୍ଷରୁ ଖଣ୍ଡପଡା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୪ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବର ତୃତୀୟ ସନ୍ଧ୍ୟାରେ , ଭୁବନେଶ୍ୱରର ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା, ଯାହାକୁ ଉପସ୍ଥିତ ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ ।ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ରଙ୍କ ପରିଚାଳନାରେ ଏବଂ ଡାଇରେକ୍ଟ ପ୍ରିୟଙ୍କା ମିଶ୍ରଙ୍କ ନୃତ୍ୟ ସଂଯୋଜନାରେ ନୃତ୍ୟନିପୁଣା ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସେମାନେ ହେଲେ ପ୍ରତିମା ମିଶ୍ର , ଡଃ ପ୍ରିୟଙ୍କା ମିଶ୍ର, ସୁହାନି, ନିଶିତା ଏବଂ ଅର୍ଚ୍ଚିତା I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page