ଗଣତନ୍ତ୍ର ଦିବସ ରେ ଡାଲଖାଇ ନୃତ୍ୟ ରେ ସାମିଲ ହେଲେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାର

କଳାହାଣ୍ଡି,୨୫/୧(ପ୍ୟାରିଲାଲ ଦୁର୍ଗା): ଭାରତର ରାଜଧାନୀ
ଦିଲ୍ଲୀ ର ଇଣ୍ଡିଆ ଗେଟ ରେ ଆୟୋଜିତ ଗଣତନ୍ତ୍ର ଦିବସ ରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ ଓ ବରଗଡ଼ ଜିଲ୍ଲା ରବି ରତନ ସାହୁ ଓ ସାଥୀ ଙ୍କ ୬୦ କଳାକାର ଡାଲଖାଇ ନୃତ୍ୟ ରେ ସାମିଲ ହୋଇଛନ୍ତି। ପ୍ରଥମ କରି ଏହି ପ୍ୟାରେଡ଼ରେ ଦେଶର ବିଭିନ୍ନ ରାଜ୍ୟର ୪୫ ପ୍ରକାର ନୃତ୍ୟ ପରିବେଷଣ କରିବେ । ଦେଶରେ ହେଉଥିବା ଏହି ଏତେ ଫିଉଜନ ନୃତ୍ୟ ସମାବେଶରେ ବିଭିନ୍ନ ନୃତ୍ୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଡାଲଖାଇ ନୃତ୍ୟ ସ୍ଥାନ ପାଇଛି।ଆଜି ଏତେବଡ଼ ଫିଉଜନ ନୃତ୍ୟ କୁ ଗିନିଷବୁକ ଅଫ ରେକର୍ଡ ରେ ସ୍ଥାନ ଦେବା ପାଇଁ ପ୍ରତିଯୋଗିତା ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।ଫଳାଫଳ ଜାନୁୟାରୀ ୨୬ ରେ ଘୋଷଣା ହେବ।ଦେଶରେ ଏତେବଡ଼ ବିଭିନ୍ନ ନୃତ୍ୟର ମିଶ୍ରଣରେ ଭାରତୀୟ ସଂସ୍କୃତି ସମ୍ପୂର୍ଣ୍ଣ ଝଲସିବ।ଏହି କଳାକାର ମାନେ ଗତ ୧ମାସ ହେଲା ଦିଲ୍ଲୀରେ ଯାଇ ନୃତ୍ୟ ଅଭ୍ୟାସ କରୁଛନ୍ତି।ବିଏସଏ ସମ୍ପାଦକ ଅକ୍ଷୟ କୁମାର ଦାସ ଓ ରବି ରତନ ସାହୁ ଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ୧୨୦ ରୁ ଅଧିକ କଳାକାର ଏହି ଗଣତନ୍ତ୍ରର ବଡ଼ ଉତ୍ସବରେ ସାମିଲ ପାଇଁ ଯାଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ବିଏସଏ କୋଷାଧକ୍ଷ ବିକ୍ରମ ବାରିକ,ବିଶିଷ୍ଟ ଘୁମୁରା ବାଦକ କମ୍ବୁପାଣି ବାଗ ପ୍ରମୁଖ ଦିଲ୍ଲୀ ଉପସ୍ଥିତ ଅଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page