ଗୋଲାମୁଣ୍ଡା, ୨୩/୦୪, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ୍ କାର୍ଯ୍ୟାଳୟରେ ଥିବା କିରାଣୀ ଅଭିଦାସ ଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶ୍ରୀ ଦାଶ ଙ୍କୁ ମିସ୍ କେସ ଦାୟିତ୍ୱରେ ଅଛନ୍ତି। ଆବଶ୍ୟକ କାଗପତ୍ର ଯାହା ଦରକାର ପଡେ ତାହା ଲୋକଙ୍କୁ ବୁଝାଇ ବା ବଦଳରେ ଥରେ ଦୁଇ ଥର କର୍ଯ୍ୟାଲୟକୁ ଯିବା ଆସିବା କରି ହଇରାଣ କରନ୍ତି।ଯାହା ଫଳରେ ଦୁରୁ ଦୁରାନ୍ତରରୁ ଆସି ଥିବା ଲୋକେ ନିଜର ଆବଶ୍ୟତା ପୁରଣ ପାଇଁ କହିଲେ ମୋ ଇଚ୍ଛା ଅନୁସାରେ କାର୍ଯ୍ୟ କରିବି, ଦୁଃଖରେ ଘରକୁ ଫେରି ଯାଆନ୍ତି, ଏ ଭଳି ଏକ ଦୁଃଖଦ ପରିଣାମ ସ୍ବରୂପ ଦେଖିବାକୁ ମିଳିଛି। ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତିଙ୍କ ନାତି ପିଉଷ ସେନାପତି ପିତା, ମନୋହର ସେନାପତି ଗ୍ରାମ ପଣ୍ଡକୁଳଙ୍କ ଠାରେ ଦେଖିବାକୁ ମିଳିଥିଲା। ପିଉଷ ସେନାପତିଙ୍କ ବାପା ବାହାରେ ରହୁଥିବାରୁ ତାଙ୍କର ବୁଡ଼ାଦାଦା ରାମ କୁମାର ସେନାପତି ଙ୍କୁ ତିନି ଦିନ ଧରି ହଇରାଣ କରି ଥିବାରୁ ଆଜି ବାଧ୍ୟ ହୋଇ ତହସିଲଦାର ଚନ୍ଦନ ନାଏକ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ ତା ୦୩/୩/୨୫ ଦିନ ଆବଶ୍ୟକ କାଗଜ ପତ୍ର ପ୍ରଦାନ କରିଥିଲେ, ଓ ଦୁଇ ଜଣ ସାକ୍ଷ୍ୟ ମଧ୍ଯ। ତିନି ଦିନ ଧରି ନେଇ ଥିଲେ। ହେଲେ ଦୁର୍ଭାଗ୍ୟ ବଶତଃ ଯେ ଦୁଇ ଜଣ ସାକ୍ଷ୍ୟ କମ୍ ବୟସ ବୋଲି ରୋକ ଠୋକ ମନା କରି ଥିଲେ, ଶ୍ରୀ ସେନାପତି କାହିକି ଆଗରୁ ବୟସ୍କ ସାକ୍ଷ୍ୟ ଆଣିବା ପାଇଁ ମୋତେ କହିଲେ ନାହି ଓ ତିନି ଦିନ ଧରି ଗ୍ରୀଷ୍ମ ଖରାରେ ହଇରାଣ କଲେ କାହିକି ବୋଲି କହିବାରୁ ଯାଅ ତୁମେ ତହସିଲଦାରଙ୍କୁ ଅଭିଯୋଗ କରନ୍ତୁ । ମୁଁ କିଛି କରିବି ନାହିଁ, ଫଳରେ ଶ୍ରୀରାମ କୁମାର ସେନାପତି ବାଧ୍ୟ ହୋଇ ତହସିଲଦାର ମହୋଦୟଙ୍କ ନିକଟରେ ତିନିଦିନ ଧରି ହଇରାଣ ହୋଇ ଥିବା ଘଟଣା ପ୍ରକାଶ କରି ଥିଲେ। ତହସିଲଦାର ମହାଶୟ ଅଭି ଦାସ ଙ୍କୁ ତାଗିଦ୍ କରିଥିଲେ। ପ୍ରକାଶ ଥାଉକୀ ଗୋଲାମୁଣ୍ଡା ବ୍ଲକରେ ଚର୍ଚ୍ଚିତ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ବ୍ଲକରେ ଲୋକେ ସେବା ପାଉଥିବା ବେଳେ ତହସିଲ୍ କାର୍ଯ୍ୟାଳୟରେ କେବଳ କିରାଣୀ ଅଭିଦାସ ଙ୍କ ଠାରୁ ଲୋକେ ହଇରାଣ ହେଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏଭଳି ସ୍ଥଳେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ମଧ୍ୟ ଅବଗତ ଜଣାଇ ଦିଆ ଯାଇଛି। ହେଲେ କିଭଳି ପଦକ୍ଷେପ ତହସିଲଦାର ଓ ବ୍ଲକ ଅଧ୍ୟକ୍ଷ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

ଜଗନ୍ନାଥ ନାଏକଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ