ଜାମୁତୋଟା ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବ

ବାଲିଅନ୍ତା: ବିଦ୍ୟା ରୂପକ ଜ୍ଞାନର ଭଣ୍ଡାର ମଧ୍ୟରେ ତୁମେମାନେ ଜଣେ ଜଣେ କ୍ଷୁଦ୍ର କଣିକା ସଦୃଶ୍ୟ l ତେଣୁ ସର୍ବଦା ନିଜେ ନମ୍ର ରହିବା ସହ ସଂସ୍କାରି ହେବାପାଇଁ ଚେଷ୍ଟାକଲେ ଭବିଷ୍ୟତ ଉଜ୍ବଳମୟ ହେବ ବୋଲି ଆଜି ବାଳକାଟି ଜାମୁତୋଟା ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟ ସମ୍ପାଦକ ଅଭିରାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଭକ୍ତବତ୍ସଳ ମହାପାତ୍ର, ମୁଖ୍ୟବକ୍ତା ଭାବେ ଚଳଚିତ୍ର ସଂଳାପ ଲେଖକ ଡଃ ରଜନୀ ରଞ୍ଜନ ଦାଶ, ସମ୍ମାନିତ ଅତିଥିଭାବେ

ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ଅଜୟ କୁମାର ଦାଶ, ଶିକ୍ଷାବିତ ଜୟନ୍ତ କୁମାର ମହାନ୍ତି, ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ, ଓଡ଼ିଆ କଣ୍ଠଶିଳ୍ପୀ ଭାଗ୍ୟଶ୍ରୀ ମହାନ୍ତି, ସ୍ଥାନୀୟ ସମିତି ସଭ୍ୟ ଗଙ୍ଗାଧର ମାହାରୀ, ନାଏବ ସରପଞ୍ଚ ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଚାଲିଚଳନ ନିମନ୍ତେ ଶିକ୍ଷଣିୟ ଉପାଦେୟତା ଗୁଡିକ କହିଥିଲେ l ଏହାପରେ ସଂଧ୍ୟା ସମୟରେ ସ୍କୁଲର ସମସ୍ତ ପିଲାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପରିଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତ ଅତିଥୁ ମାନଙ୍କୁ ବିଦ୍ୟାଳୟର ସଭାପତି କୃଷ୍ଣ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟ କମିଟିର ସଭ୍ୟ ସନ୍ତୋଷ କୁମାର ସାହୁ, ବସନ୍ତ କୁମାର ସ୍ଵାଇଁ, ପ୍ରଦୀପ୍ତ କୁମାର ଦାଶ, ବର୍ଷାରାଣୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page