ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର

କୋକସରା:(ଚକ୍ରଧର ବେଶ୍ରା): କଲାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବଡପୋଡାଗୁଡା ଠାରେ ଶନିବାର ଏକ ଟ୍ରାକ୍ଟର ଓଲଟି ଡ଼୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶନିବାର ବଡପୋଡାଗୁଡା ଠାରେ ଟ୍ରାକ୍ଟର କାମ କରୁଥିବା ସମୟରେ କୈ।ଣଷି କାରଣ ବସତଃ ଟ୍ରାକ୍ଟର ଚାଷ ଜମିରେ ହଠାତ୍ ଓଲଟି ପଡ଼ିଥିଲା। ଡ଼୍ରାଇଭର ଜଣକ ବଡପୋଡାଗୁଡା ଗ୍ରାମପଞ୍ଚାୟତ ତଲାଗାଁ ଗ୍ରାମର କୁମର ନାଗ ଙ୍କ ପୁଅ ଦିପକ ନାଗ ( ୨୬) ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ଭି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page