ଧଉଳି ସାହିତ୍ୟ ସଂସଦର ଆସର ‘ଚିତ୍ରିତ ଚଇତ’ ଅନୁଷ୍ଠିତ


ବାଲିଅନ୍ତା: ଆଜି କୌଶଲ୍ୟାଗଙ୍ଗ ସ୍ଥିତ ସିଫା ପରିସରରେ ଧଉଳି ସାହିତ୍ୟ ସଂସଦର ଏକ ଭବ୍ୟ ସାରସ୍ବତ କାର୍ଯ୍ୟକ୍ରମ ‘ଚିତ୍ରିତ ଚଇତ’ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବରି‌ଷ୍ଠ କବି ଦୁର୍ଗାଚରଣ ଷଡ଼ଙ୍ଗୀ, ଡ. ରଜନୀ ରଞ୍ଜନ ଦାଶ, ସମାଜସେବୀ ହଂସ ଖିମ୍‌ଜୀ ଅତିଥି ଭାବେ ‌ଯୋଗଦେଇଥିବା ବେଳେ ଏଥିରେ ସଭାପତିତ୍ବ କରିଥିଲେ ସଂସଦର ଅଧ୍ୟକ୍ଷ ଅକ୍ଷୟ ସ୍ବାଇଁ। ଉତ୍ସବରେ ବିଜୟ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାରଣା, ରମାକାନ୍ତ ଗୋଚ୍ଛାୟତ, ସ୍ୱର୍ଣ୍ଣ ପତି , ସ୍ନେହ ଲେଙ୍କା, ସୌମ୍ୟା ପରିଡ଼ା, କାଳନ୍ଦୀ ଚରଣ ସାହୁ, ସତ୍ୟ ସିଂହ, ସତ୍ୟରଞ୍ଜନ

ପ୍ରହରାଜ, ନମିତା ବରାଳ, ଅଶ୍ୱିନୀ ସାହୁ ସରୋଜିନୀ ସାହୁ, ଶଶଧର ନାୟକ, କମଳିନୀ ମଲ୍ଲିକ, ବଙ୍କିମ ଚନ୍ଦ୍ର ନାୟକ ପ୍ରମୁଖ ପଚାଶରୁ ଊର୍ଦ୍ଧ୍ବ କବି ସ୍ବରଚିତ କବିତା ପାଠ କରିଥିବା ବେଳେ ଚିତ୍ର ଆଙ୍କିଥିଲେ ଶିଳ୍ପୀ ରଙ୍ଗ ରଣସିଂହ। କବିତା ଗୁଡ଼ିକ ସଂଯୋଜନା କରିଥିଲେ କବି ବିପିନ ବେହେରା ଓ ଆଶୁତୋଷ ଦାଶ। ଏଥିରେ କବିତା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ କଳାକାରଙ୍କ ଦ୍ବାରା ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ କବି ଓ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂସଦର ସଂପାଦକ ନିରଂଜନ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଦସ୍ୟ ସବିତା ମହାପାତ୍ର, କୈଳାସ ବେହେରା, ଭୁବନାନନ୍ଦ ବେହେରା ପରିଚାଳନା କରିଥିଲେ l ଶେଷରେ ସୁମନ୍ତ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page