କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ ଅର୍ନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାର ପତି ପି. ଶୀତାଲକ୍ଷ୍ମୀ, ସରକାରୀ ଓକିଲ ସଂଯୁକ୍ତା ପଣ୍ଡା, ବରିଷ୍ଠ ଓକିଲ ଚିନ୍ତାମଣୀ ପାତ୍ର, କଲ୍ୟାଣୀ ନାଏକ, ବରିଷ୍ଠ ଓକିଲ ତଥା ଉକ୍ତ ଅନୁଷ୍ଠାନର ସଂପାଦକ ତୁଷାର ରଞ୍ଜନ ପଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ଯକ୍ଷ ଶ୍ରୀ ପ୍ରଧାନ ସମସ୍ତ ଅନ୍ତେବାସୀ ଙ୍କ ମନୋବଳ ବଢ଼ାଇ ଥିଲେ ଓ ଭାରତୀୟ ନ୍ୟାୟ ସଂହିତାରେ ନାରୀ ମାନଙ୍କ ସୁରକ୍ଷା, ଅଧିକାର ଓ କର୍ତ୍ତବ୍ୟ ଉପରେ ଅଭିନୀତ ଆଇନ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ଏବଂ ନାରୀ ସଶକ୍ତିକରଣ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ସଭାକୁ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିବା ବେଳେ ଶ୍ରୀ ତୁଷାର ରଞ୍ଜନ ପଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ୟାରିଲାଲ ଦୁର୍ଗା-କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି