ନର୍ଲା ରୁ ରାଜଧାନୀ କୁ ଗଲା ଲକ୍ଷପତି ଦିଦି ତାଲିମ ଘୋଟାଲା ଅଭିଯୋଗ,ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

କଳାହାଣ୍ଡି, ୨୭|୨: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ୨୬ ଟି ପଞ୍ଚାୟତ ରେ ବିଗତ ଓ ଚଳିତ ବର୍ଷ ଲକ୍ଷପତି ଦିଦି ତାଲିମ ପାଇଁ ଆସିଥିବା ସରକାରୀ ଅର୍ଥ କୁ ବିଭିନ୍ନ ପଞ୍ଚାୟତ ରେ ନିୟୋଜିତ ହୋଇଥିବା ଜିପିଏଲ୍ଏଫ୍ ସଭାନେତ୍ରୀ, ସମ୍ପାଦିକା ଓ ଏମ୍ ବି କେ ମାନଙ୍କ ମିଳିତ ଉଦ୍ୟମ ରେ ମିଥ୍ୟା ବିଲ କରି ହଜାର ହଜାର ଟଙ୍କା ହରିଲୁଟ କରାଯାଇଥିବା ଅଭିଯୋଗ ଭିନ୍ନ ଭିନ୍ନ ସମୟ ରେ ହୋଇ ଆସୁଥିଲା କିନ୍ତୁ ଏହି ଅଭିଯୋଗ ପ୍ରତି ସ୍ଥାନୀୟ ବ୍ଲକ ପ୍ରଶାସନ କିମ୍ବା ମିଶନ ଶକ୍ତି ଦାୟିତ୍ଵ ରେ ଥିବା ବ୍ଲକ ସଂଯୋଜକ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବାରୁ ନର୍ଲା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଇସି କର୍ମୀ ସିଆରପି ସିଏମ୍ ଏବଂ ମହିଳା ଗୋଷ୍ଠୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏଭଳିକି ନିକଟରେ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତ ରେ ଲକ୍ଷପତି ଦିଦି ତାଲିମ ରେ ବ୍ୟାପକ ମିଥ୍ୟା ବିଲ କରି ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପାଖରେ ହୋଇଥିଲା କିନ୍ତୁ କୌଣସି ସୁଫଳ ମିଳି ନ ଥିବାରୁ ଏହି ଅଭିଯୋଗ ଟି ବର୍ତ୍ତମାନ ଓଡ଼ିଶାର ମାନନୀୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପାଖରେ ପହଞ୍ଚିଛି ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହି ଅଭିଯୋଗ କୁ ଗୁରୁତ୍ଵ ର ସହିତ ଗ୍ରହଣ କରି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି କିନ୍ତୁ ତଦନ୍ତ ର ଫଳା ଫଳ କଣ ହେଉଛି ତାହା ସମୟ କହିବ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page