ଚିଲିକା,୨୮।୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ମହାବିଦ୍ୟାଳୟର ୪୪ତମ ବାର୍ଷିକ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିବସରେ ଅନୁଷ୍ଠିତ “ବିଜ୍ଞାନ ସଂସଦର ବାର୍ଷିକ ଉତ୍ସବ”ରେ ଯୋଗଦେଇଥିବା ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଧୂପପୁଷ୍ପ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ।କଲେଜର ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟାପିକା ଲୀନା ନଦିଜାଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଅଜିତ୍ କୁମାର ମିଶ୍ର ଓ ଛାତ୍ରୀମାନେ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅହମଦାଵାଦସ୍ଥିତ ନିର୍ମା ବିଶ୍ୱବିଦ୍ୟାଳୟ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ଦଳାଇ ଯୋଗଦେଇ “ଦୃଢ଼ ଇଚ୍ଛାଶକ୍ତି ସଫଳତାର ଶୀର୍ଷରେ ପହଞ୍ଚାଇଥାଏ।ଜୈବ ପ୍ରଯୁକ୍ତି ବିଜ୍ଞାନର ଜ୍ଞାନ କୌଶଳ୨୦୪୭ ମସିହା ସୁଧା ବିକଶିତ ଭାରତ ଗଠନ କରିବାରେ

ମୁଖ୍ୟ ଉପାଦାନ ହେବବୋଲି ଆଶାବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚିଲିକାର ପୂର୍ବତନ ବିଧାୟକ ତଥା କଲେଜର ପ୍ରତିଷ୍ଠାତା ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ କହିଥିଲେ ଯେ “ଉପଯୁକ୍ତ ଶିକ୍ଷା ସୁସ୍ଥ ନାଗରିକ ସୃଷ୍ଟି କରିବା ସହ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବା ଶିକ୍ଷକ ସମାଜର ଲକ୍ଷ ହେବା ଉଚିତ୍”। ଉକ୍ତ କଲେଜର ପ୍ରାକ୍ତନ ଛାତ୍ର ହରପ୍ରସାଦ ମହାପାତ୍ର(ଓସିଏସ) ଓ ଏହି ଅଞ୍ଚଳର ଗୌରବ ସୌମ୍ୟା ଶ୍ରୀ ବରାଳ(ନାଶାରେ ପାଇଥିବା)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଚଳିତ ବର୍ଷ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର କରାଯାଇଥିଲା।

ବାର୍ଷିକ ଉତ୍ସବ ସଭାରେ ବିଜ୍ଞାନ ସଂସଦର ଉପ-ସଭାପତି ଅଧ୍ୟାପକ ରୁଦ୍ର ପ୍ରସାଦ ନରେନ୍ଦ୍ର ସିଂହବର୍ମା ଅତିଥି ପରିଚୟ ପ୍ରଦାନ କରିଥିଵା ବେଳେ ଅଧ୍ୟାପିକା ସୁଶ୍ରୀ ସଂତୋଷୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପିକା ଚାମର୍ତ୍ତି ମଞ୍ଜୁଲତା।