ପଦରପଡ଼ା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି: କଲମପୁର ବ୍ଲକ ଅନ୍ତର୍ଗତ ପଦରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ୨୦୨୪-୨୫ ବର୍ଷର ବାର୍ଷିକ ଉତ୍ସବ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ପୁସ୍ତମ ବିହାରଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ କଲମପୁର ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନାକେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟତମ ସହଗୋଷ୍ଠି ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ବେହେରା , ଅବସର ପ୍ରାପ୍ତ ସହଗୋଷ୍ଠି ଶିକ୍ଷା ଅଧିକାରୀ ସୁଶିଲ କୁମାର ମୁଣ୍ଡ,ବରଗାଁ ଆଞ୍ଚଳିକ ସାଧନାକେନ୍ଦ୍ର ସଂଯୋଜକ ମନୋଜ ମେହେର, ଶିକ୍ଷକ ଶୁଭେନ୍ଦୁ ପଣ୍ଡା, ବିଜୟ ନାଗ,ପ୍ରମୋଦ ପଣ୍ଡା,ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ନିତ୍ୟାନନ୍ଦ କୁମାର ସହ କର୍ଣ୍ଣ କଟା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅବସରପ୍ରାପ୍ତ ସହଗୋଷ୍ଠି ଶିକ୍ଷା ଅଧିକାରୀ ବାଲଗୋପାଲ ତେଣ୍ଡକାରି ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ସହ ସାଠ ର ମଧ୍ୟ ଆବଶ୍ୟକ ଓ ଛାତ୍ରଛାତ୍ରୀ ଆଗାମୀ ଦିନରେ କିଭଳି ଗୌରବାନ୍ୱୀତ ହେବେ ସେଥିପ୍ରତି ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଅତିଥିଙ୍କ ଆସନ ଗ୍ରହଣ ପରେ ବିଦ୍ୟାଦାତା ଗଜାନନ ଓ ମାଁ ସରସ୍ୱତୀଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରାଯାଇଥିଲା। ଅତିଥି ମାନଙ୍କୁ ଔପଢୋକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଛାତ୍ରଛାତ୍ରୀ। ସର୍ବପ୍ରଥମେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ସାହୁ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା ତାସହ ଶୈକ୍ଷିକ ସହଶୈକ୍ଷିକ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଉତ୍ସବକୁ ସୁସମାପନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page