‘ପର୍ଯ୍ୟବେକ୍ଷକ’ର 28 ତମ ସ୍ୱନକ୍ଷତ୍ର ଅବସରରେ ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ “ପର୍ଯ୍ୟବେକ୍ଷକ’ର ଅଠେଇସ ତମ ସ୍ୱନକ୍ଷତ୍ର ଅବସରରେ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ସାରସ୍ୱତ ପ୍ରାଣ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କ୍ୟାପିଟାଲ ହସ୍ପିଟାଲର ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସୁଶୀଲ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ରେଡକ୍ରସ ଶାଖା ନିଦେ୍ର୍ଦଶକ ଡାକ୍ତର ରାମଚନ୍ଦ୍ର ରାଉତ, ପ୍ରାକ୍ତନ ରକ୍ତଭଣ୍ଡାର ଅଧିକାରୀ ଡ. ମମତା ମହାନ୍ତି ଉପସ୍ଥିତ ରହି ଉଦ୍ଘାଟନ କରିବା ସହିତ ରକ୍ତଦାନ ଅଧିକରୁ ଅଧିକ ଯେପରି ହୋଇପାରିବ, ରକ୍ତଦାନର ମହତ୍ୱ, ଆବଶ୍ୟକତା ସହିତ ଥାଲାସେମିଆ ରୋଗୀ ଓ ଅଭାବୀ, ଅସହାୟ ବ୍ୟକ୍ତିମାନଙ୍କ ରକ୍ତଦାନ ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରାଯାଇଥିଲା । ରକ୍ତଦାନ ମହତ ଦାନ ଓ ରକ୍ତଦାନ ସମସ୍ତେ କରିବାକୁ ଦୃଢ଼ ସଙ୍କଳ୍ପ ନିଅନ୍ତୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ପତ୍ରକାର ଅରବିନ୍ଦ ତ୍ରିପାଠୀ ୩୬ତମ ରକ୍ତଦାନ ଶିବିର କରିବା ସହ ସମାଜସେବୀ ଲକ୍ଷ୍ମୀପ୍ରିୟା ନାୟକ, ଜୟନ୍ତ ମହାପାତ୍ର, ସତ୍ୟ ନାୟକ ପ୍ରମୁଖ ରକ୍ତଦାନ କରିଥିଲେ । ଉକ୍ତ ଖବରକାଗଜ ଦୀର୍ଘ ୨୮ବର୍ଷ ଧରି ବିଭିନ୍ନ ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ କରି ଆସୁଥିବା ନେଇ ସମ୍ପାଦକ ଶ୍ରୀଯୁକ୍ତ ସାମନ୍ତରାୟ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଦେବ ପ୍ରସାଦ ମହାନ୍ତି, ସ୍ୱର୍ଣ୍ଣପ୍ରଭା ନାୟକ, ପ୍ରିୟବ୍ରତ ନାୟକ, ପ୍ରମୋଦ ପରିଡ଼ା ପରିଚାଳନା କରିଥିଲେ । ପ୍ରାୟ ୩୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page