ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ନିର୍ଦୋଷ ରେ ଖଲାସ

କଳାହାଣ୍ଡି,୨୩|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-୨୦୨୩ ମସିହାରେ ଧର୍ମଗଡ ଥାନା ଅନ୍ତର୍ଗତ ବାଞ୍ଜିପଦର ଗ୍ରାମରେ ଘଟିଥ‌ିବା ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ହତ୍ୟା ଘଟଣାରେ ତିନି ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ମାନ୍ୟବର ଧର୍ମଗଡ଼ ଅତିରିକୁ ଦୌରା ଜଜ୍ ନିର୍ଦ୍ଦେଷରେ ଖଲାସ କରିଛନ୍ତି।ସୁଚନା ଯୋଗ୍ୟ ଯେ, ଗତ ୩୦ଜୁନ ୨୦୨୩ ମସିହାରେ ଧର୍ମଗଡ ଥାନା ଅନ୍ତର୍ଗତ ଡୁମେରଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜି ପଦର ଗ୍ରାମର ପ୍ରେମୀ ଯୁଗଳ ସୁନୀଲ ପଟେଲ ବୟସ (୨୨) ଝିଅ ଜେମାମଣି ପଟେଲ ବୟସ (୧୮) ଘରୁ ଫେରାର ହୋଇ ଯାଇଥିଲେ । ଉଭୟ ପ୍ରେମୀ ଯୁଗଳ ସମ୍ପର୍କରେ କକା ଝିଆରୀ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ହେଁ ଉଭୟଙ୍କୁ ପାଇନଥିଲେ । ଏନେଇ ପୁଅ ର ବାପା ମୋହନ ପଟେଲ ପୁଅର ନିଖୋଜ ନେଇ ଥାନାରେ ଏତାଲା ଦେଇଥିଲେ। ଧର୍ମଗଡ଼ ଥାନା କେଶ ନମ୍ବର ୧୪୬/୯.୭.୨୩ ଭାରତୀୟ ଦଣ୍ଡ ବିଧି ୩୦୨/୨୦୧(୩୪) ବଳରେ ଏକ ମାମଲା ରୁଜୁ
ହୋଇଥଲା। ପରେ ଗତାଗୁଡା ନିକଟସ୍ଥ ମୋହିନୀ ନାଲ ପାଖରେ ପ୍ରେମୀ ଯୁଗଳଙ୍କ ଗଳିତ ମୃତ ଦେହ ଠାବ ହୋଇଥଲା। ଘଟଣା ର ତଦନ୍ତ କରି ଧର୍ମଗଡ଼ ଏହି ସମୟର ଥାନା ଅଧିକାରୀ ରୁନୁ ମାଝୀ ବାଞ୍ଜି ପଦର ଗ୍ରାମର କନ୍ତେଶ୍ବର ପଟେଲ,ଦେବାନନ୍ଦ ପଟେଲ ଓ ଦୁଲକିବନ୍ଦ ଗ୍ରାମର ଠନ ସୁନ୍ଦର ନାଏକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ପରେ ଧର୍ମଗଡ଼ ଥାନା ଅଧିକାରୀ ଦାମୋଦର ବିହାରୀ ଏହାର ତଦନ୍ତ କରି ମାନ୍ୟବର କୋର୍ଟ ରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ।ଏନେଇ ସରକାର ଙ୍କ ପକ୍ଷରୁ ୧୩ ଜଣ ଙ୍କ ସାକ୍ଷ୍ୟ ଗ୍ରହଣ କରଯାଇଥିଲା। ମାନ୍ୟବର ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଏହାର ବିଚାର କରି ପ୍ରମାଣ ଅଭାବରୁ ତିନିଜଣ ଙ୍କୁ ଗତ ୨୧ ମାର୍ଚ୍ଚ ୨୦୨୬ ଦିନ
ନିର୍ଦୋଷରେ ଖଲାସ କରି ଦେଇଛନ୍ତି। ମୁଦାଲା ମାନଙ୍କ ପକ୍ଷରୁ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ ଓ ମନୋଜ ଶଗଡିଆ କେଶ୍ ପରିଚାଳନା କରୁଥିଲେ।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page