ବଉଳାବନ୍ଧରେ ଶ୍ରୀରାମ ନବମୀ ପାଳିତ ।

ଚିଲିକା,୨୭।୩: ପ୍ରତିବର୍ଷ ପରି ଚ଼ଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥିତ ବିଜେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ଶ୍ରୀରାମ ନବମୀ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ସକାଳ ସମୟରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଚଣ୍ଡୀପାଠ, ଶ୍ରୀରାମ ସହସ୍ରନାମ ଓ ହନୁମାନ ଚାଳିଶା ଆଦି ପଠନ କରାଯିବା ପରେ ହୋମ ଅନୁଷ୍ଠିତ ହୋଇଥିଲା। ହୋମରେ ପୁରୋଧା ଭାବେ ବସିଥିଲେ ରମାକାନ୍ତ ଦାଶ । ହୋମ ପରେ ସର୍ବ ପ୍ରଥମେ ଶ୍ରୀରାମ, ଲକ୍ଷ୍ମଣ,ସୀତା ଓ ହନୁମାନଙ୍କ ଉଦ୍ଦେଶ୍ୟରେ ବଡ କୁମ୍ଭ ବସିବା ପରେ ମାନସୀକ ଧାରୀ ମାନଙ୍କ କୁମ୍ଭ ବସା ଯାଇଥିଲା । ପୁରୀ , କଟକ , ନୟାଗଡ଼, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ମାନସୀକ ଧାରୀମାନେ ରୋଗରୁ ମୁକ୍ତି ପାଇବା ଓ ସନ୍ତାନ ସନ୍ତତି ପ୍ରାପ୍ତି ନିମନ୍ତେ ମାନସୀକ କରି କୁମ୍ଭ ବସାଇଥାନ୍ତି । ଚଳିତ ବର୍ଷ ସମୁଦାୟ ୧୫୭୭ଟି କୁମ୍ଭ ବସା ଯାଇଅଛି। ଶ୍ରୀରାମ ନବମୀ ଠାରୁ ୨୧ ଦିନ ଧରି ରାତ୍ର ସମୟରେ ରାମନାଟକ ପରିବେଷଣ କରାଯାଏ ଓ ରାମନାଟକ ସମାପନ ଦିନ ମାନସୀକ ଧାରୀମାନେ କୁମ୍ଭକୁ ଧରି ସଂକୀର୍ତ୍ତନ କରି ଗ୍ରାମ୍ୟ ପରିକ୍ରମା କରିବା ପରେ ଜଳାଶୟରେ କୁମ୍ଭ କୁ ବିସର୍ଜନ କରାଯାଏ ବୋଲି ମନ୍ଦିର ତରଫରୁ ପ୍ରକାଶ। ଚିଲିକା ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ଶ୍ରୀରାମ ମନ୍ଦିର ମାନଙ୍କରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଅଛି । ପ୍ରାତଃ କାଳରେ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ନାଚୁଣୀର ଶ୍ରୀରାମ ମନ୍ଦିର,ବଡପଦରର ଶ୍ରୀରଘୁନାଥଙ୍କ ମନ୍ଦିର,କଉଡିଖଣିର ଶ୍ରୀରାମ ମନ୍ଦିର, ସାନନଇରୀର ଶ୍ରୀରଘୁନାଥଙ୍କ ମନ୍ଦିର,ପଥର କଟାର ଶ୍ରୀରାମ ମନ୍ଦିର,ଚିଲିକା ବ୍ଲକ ସମ୍ମୁଖ ଭାଗ ସ୍ଥ ଶ୍ରୀରାମ ମନ୍ଦିର, ଖଜୁରୀଆ ଓରୀ ଘୁନାଥ, ଭୀମପୁରର ଶ୍ରୀରାମ ମନ୍ଦିର, ବାଣପୁର ବଜାରସ୍ଥ ଶ୍ରୀରଘୁନାଥ ମନ୍ଦିର ଓବଡପଦର ଶ୍ରୀରାମ ବଜାର ଠାରେ ମହାସମାରୋହରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଅଛି । ସେହିପରି ହରିପୁର ଶାସନ ଠାରେ ବିଜେ ପଶ୍ଚିମାଭିମୁଖୀ ଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ଵର ଦେବଙ୍କ ପୀଠରେ ଶ୍ରୀରାମ ନବମୀ ଠାରୁ ନବଦିନ ବ୍ୟାପୀ ରାମ କୋଟୀ ମହା ଯଜ୍ଞ ଅନୁଷ୍ଠିତ ହେଉଅଛି। ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ନବଦିନ ବ୍ୟାପୀ ଯଜ୍ଞ ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ଏକ ଲକ୍ଷ ଆଠ ବେଲ ପତ୍ରରେ ଭଗବାନ ଶ୍ରୀରାମଙ୍କ ନାମ ଲେଖାଯାଇ ଶ୍ରୀ ଶ୍ରୀପ୍ରତାପେଶ୍ୱର ଦେବଙ୍କୁ ଅର୍ପଣ କରାଯାଉଅଛି । ସଂଧ୍ୟା ସମୟରେ ବିଦ୍ଵାନ ପଣ୍ଡିତମାନଙ୍କ ଦ୍ଵାରା ରାମଚରିତ ମାନସ ପଠନ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page