ଚିଲିକା,୨୭।୩:ଖୋର୍ଦ୍ଧା ଜିଲ୍ଲା ଵାଣପୁରର ବିଧାରପୁରସ୍ଥିତ ଶୁଭକଲ୍ୟାଣ ମଣ୍ଡପ ରଙ୍ଗମଞ୍ଚ ପରିସରରେ “ସାହିତ୍ୟ ସିନ୍ଦୁରା ” ଓ “ମା ଭଗବତୀ କଳା ନିକେତନ “ର ମିଳିତ ଆନୁକୂଲ୍ୟରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇ ଯାଇଛି। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଓ ମା’ଭଗବତୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଶିଷ୍ଟ କବି ଓ ନାଟ୍ୟକାର ଭାଗିରଥି ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡା, ମା ଭଗବତୀ କଳାନିକେତନର ସମ୍ପାଦିକା ବିଷ୍ଣପ୍ରିୟା ବାରିକ ପ୍ରମୁଖ ଯୋଗଦେଇ
“ଓଡିଆ ନାଟକରେ ସାମାଜିକ ମୂଲ୍ୟବୋଧ” ଶୀର୍ଷକ ଆଲୋଚନା ଚକ୍ରରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

ସଂଯୋଜକ ବିଶିଷ୍ଟ ନାଟ୍ୟ ନିର୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ଆମେରିକୀୟ ପ୍ରଖ୍ୟାତ ଅଭିନେତା ବିଲିଅମ ଡାଫୋ ଙ୍କ ଚଳିତ ବର୍ଷ ପାଇଁ ନାଟ୍ୟଵାର୍ତ୍ତା ପଠନ କରା ଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ନାଟ୍ୟକାର ଅଶୋକ କୁମାର ପ୍ରଧାନ, ନିର୍ଦେଶକ ପ୍ରମୋଦ କୁମାର ସ୍ୱାଇଁ, ଶିଶୁ ଅଭିନେତ୍ରୀ ଅନିତା ପ୍ରଧାନ, ପରୀ ବେହେରା ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରା ଯାଇଥିଲା। ପରିଶେଷରେ ସମ୍ପାଦିକା ବିଷ୍ନୁପ୍ରିୟା ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଗବତୀ କଳା ନିକେତନର ମହିଳା ଶିଳ୍ପୀ ମାନଙ୍କ ଦ୍ୱାରା ନାଟକ ଖାଣ୍ଟି ସୁନା ମଞ୍ଚସ୍ଥ ହୋଇଥିଲା।
ଦିଲ୍ଲୀପ କୁମାର ଶତପଥୀ
ଚିଲିକା