ବିଶ୍ୱ ମୂଷିକ ଦିବସ

Article: ଅଗ୍ରପୂଜ୍ୟ, ବିଦ୍ୟାବୃଦ୍ଧିର ଦେବତା ଶ୍ରୀ ଗଣେଶଙ୍କୁ ପ୍ରତ୍ୟେକ ଶୁଭକାର୍ଯ୍ୟରେ ସମସ୍ତେ ପୂଜା କରିଥାନ୍ତି ଏବଂ ତତ୍ସହିତ ତାଙ୍କ ନିକଟରେ ଥିବା ତାଙ୍କର ବାହନ ମୂଷା ମଧ୍ୟ ପୂଜାପାଏ । ମୂଷିକ ବା ମୂଷାଟି ଅତ୍ୟନ୍ତ ବୁଦ୍ଧିମାନ ପ୍ରାଣୀଟିଏ । ପ୍ରତିବର୍ଷ ଏପ୍ରିଲ୍ ମାସ ୪ ତାରିଖକୁ ବିଶ୍ୱ ମୂଷିକ ଦିବସ ରୂପରେ ନାମିତ କରାଯାଇଛି । କୌତୁକିଆ ପ୍ରାୟତଃ ଧଳା, କଳା, ଧୂଷୁରିଆ ରଙ୍ଗର ମୂଷାଦେଖିବାକୁ ମିଳନ୍ତି । କେତେକ ଏହାକୁ ଖୁବ୍ ଆଦର ଯନôରେ ଘରେ ପାଳିଥାନ୍ତି । ମୂଷା ଏକ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀଟିଏ । ଖୁବ ଶୀଘ୍ର ଏମାନଙ୍କ ବଂଶବୃଦ୍ଧି ହୁଏ । ଏଇ ଚତୁର ପ୍ରାଣୀଟି ଘରର ସବୁ ଜିନିଷକୁ ଲୁଚାଇ ଚୋରେଇ ଖାଇବାରେ ମାହିର । କେବେ କେବେ ଘରର ଦରକାରୀ ଆସବାବପତ୍ରଠାରୁ ଆରମ୍ଭ କରି ଲୁଗାପଟା ଇତ୍ୟାଦିକୁ ତା’ର ତୀକ୍ଷ୍ନ, ମୁନିଆ ଦାନ୍ତରେ ଟିକ୍ ଟିକ କରି କାଟି ନଷ୍ଟ କରିଦିଏ । ବିଲବାଡିରେ ମୁଖ୍ୟତଃ ଗାତରେ ରହିଥାଏ । ବିଲବାଡ଼ିର ଖାଦ୍ୟସଶ୍ୟ ସବୁକୁ ଖାଇଥାଏ ଓ ତା’ ଗାତରେ ସଂଚୟ କରିରଖିଥାଏ । ବହୁତ ନଷ୍ଟ କରିଥାଏ, କୃଷକ ଠାରୁ ଗୃହସ୍ଥ ଯାଏଁ ସମସ୍ତେ ମୂଷାକୁ ଦୂରଦୂର, ମାର ମାର କରିଥାନ୍ତି । କେବେ ଜନ୍ତା ବସାଇ, କେବେ କୀଟନାସକ ଔଷଧ ପ୍ରୟୋଗ କରି ତାକୁ ମାରିବାକୁ ଚେଷ୍ଟା କରିଥାନ୍ତି । ମୂଷା ପ୍ଲେଗ୍ ରୋଗର ବାହକ ଅଟେ । ଗବେଷକମାନଙ୍କ ମତରେ ମୂଷା ପ୍ରଥମେ ଏସିଆ ମହାଦେଶରେ ପ୍ରାୟ ଦୁଇ ଲକ୍ଷ ବର୍ଷ ତଳେ ଦେଖାଯାଇଥିଲେ । ଆକାରରେ ବିଶେଷ ବଡ଼ ନହେଲେ ମଧ୍ୟ ତା’ର ମସ୍ତିଷ୍କ ଉନ୍ନତ ଓ ଭାରି ଚାଲାକ । ସେଥିଲାଗି ସବୁବେଳେ କୌଣସି ନୂତନ ଉଦ୍ଭାବନ କ୍ଷେତ୍ର ହେଉ କିମ୍ବା ନୂତନ ଔଷଧର ଉଦ୍ଭାବନର ପ୍ରୟୋଗ ମୂଷାମାନଙ୍କ ଦେହରେ ବୈଜ୍ଞାନିକମାନେ ପରୀକ୍ଷା କରିଥାନ୍ତି । ମୁଦ୍ରାର ଦୁଇପାଶ୍ୱର୍ ପରି ମୂଷା ଜୀବଟି ମଣିଷମାନଙ୍କୁ ଅନେକ ହଇରାଣ କଲେ ମଧ୍ୟ, ସମଗ୍ର ମାନବ ସମାଜ ପାଇଁ ଅନେକ ଉପକାରରେ ଆସିଥାଏ । ସେଥିଲାଗି କେତେକ ଦେଶରେ ଲୋକମାନେ ଗୃହପାଳିତ ଜୀବରୂପେ ପାଳନ କରିଥାନ୍ତି । ସେଥିଲାଗି ପ୍ରତ୍ୟେକ ବର୍ଷ ଏପ୍ରିଲ ୪ ତାରିଖକୁ ବଶ୍ୱ ମୂଷିକ ଦିବସ ରୂପେ ନାମିତ କରାଯାଇଛି ।

ସରୋଜିନୀ ମିଶ୍ର, ଭୁବନେଶ୍ୱର, Mob: 9439200126

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News