ଭବାନୀପାଟଣାରେ ଆଇନ ସଚେତନତା କାର୍ଯ୍ୟକ୍ରମ:ନାରୀ ସୁରକ୍ଷା, ଲିଙ୍ଗ ସମସ୍ୟା ଉପରେ ଗୁରୁତ୍ୱ

କଳାହାଣ୍ଡି,୨୫|୩(ପ୍ୟାରିଲାଲ ଦୁର୍ଗା):ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ୨୫-୦୩-୨୦୨୬ ତାରିଖରେ ଟାଉନହଲ୍, ଭବାନୀପାଟଣାରେ ବ୍ଲକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦର୍ୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା , ସମାଜ କଲ୍ୟାଣ ଅଧିକାରିଣୀ ସୁମିତା ଦେବୀ ତ୍ରିପାଠୀ, ଶିଶୁ କଳ୍ୟାଣ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ମହିଳା ନେତ୍ରୀ ସୁଭାସିନୀ ପାତ୍ର ଓ ସନ୍ତୋଷିନୀ ଦାଶ ଉପସ୍ଥିତ ଥିଲେ। ଏହି ଅବସରରେ ଭବାନୀପାଟଣା ସଦର, କଳମପୁର ଓ ଧର୍ମଗଡ଼ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ମାନଙ୍କୁ ବାଲ୍ୟ ବିବାହ ନିରାକରଣ କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ ପାଇଁ ସମ୍ମାନିତ କରାଯାଇଥିଲା ତାହା ସହିତ ସୁଶ୍ରୀ ସ୍ଵରଣାଳତା ମହାନ୍ତିଙ୍କୁ ଶିଶୁ ମାନକ ପାଇଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଥିବା ହେତୁ ସମ୍ମାନିତ କରାଗଲା। ତାଲିମଦାତା କୁମାର ନନ୍ଦ, ଭାରତ ଭୂଷଣ ପଣ୍ଡା,ଶୈଳେନ୍ଦୁ ଶେଖର ମହାପାତ୍ର ଏବଂ ସ୍ୱର୍ଣ୍ଣଲତା ମହାନ୍ତି ଲିଙ୍ଗ ସମସ୍ୟା, ଲିଙ୍ଗ ଭିତ୍ତିକ ହିଂସା, ନାରୀଙ୍କ ଆଇନୀ ଅଧିକାର ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଘରୋଇ ହିଂସା, ଯୌତୁକ ପ୍ରଥା ନିଷେଧ ଆଇନ, ଡାଇନି ପ୍ରଥା ବିରୋଧୀ ଆଇନ, ପୋକସୋ ନିୟମ , ପୋଶ ଆକ୍ଟ ଓ ହେଲ୍ପଲାଇନ୍ ସମ୍ପର୍କରେ ଜଣାଇଥିଲେ। ପ୍ରୋଟେକ୍ସନ୍ ଅଫିସର ସନ୍ଧ୍ୟାରାଣୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମଜିବୁନ ନିଶା ସ୍ବାଗତ ଭାଷଣ ରଖିଥିବା ବେଳେ ସମାଜ କଲ୍ୟାଣ ଅଧିକାରିଣୀ ସୁଚିତା ତ୍ରିପାଠୀ ଧନ୍ୟବାଦ ଜଣାଇଥିଲେ। ୱୂମେନ ହବ ଏବଂ ୱାନ ସ୍ଟପ ସେଣ୍ଟର ର ସଦସ୍ୟମାନେ ମଧ୍ୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ୍-କଲେଜ ଛାତ୍ରଛାତ୍ରୀ, SHG ନେତୃତ୍ୱ, ମିଡିଆ ପ୍ରତିନିଧି, ଆଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କ ସକ୍ରିୟ ଭାଗୀଦାରି ଦେଖାଯାଇଥିଲା।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page