ମା ବ୍ରାହ୍ମଣୀ ଦେବୀ ଙ୍କ ବାର୍ଷିକ ପୂଜା ଅନୁଷ୍ଠିତ

ଫୁଲବାଣୀ, ୧୧/୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସ୍ଥିତ ଫୁଲବାଣୀ ପୋୖର ପରିଷଦ ୱାର୍ଡ ନଂ ୧୧ ଅଧିନସ୍ଥ ଜିରିଙ୍ଗିପଡା ବ୍ରାହ୍ମଣୀ ଦେବୀ ପାହାଡ଼ ପାଦ ଦେଶରେ ଶାଳ ବଣ ଜଙ୍ଗଲ ସୌନ୍ଦର୍ଯ୍ୟ ପରିବେଶ ମଧ୍ୟରେ ଥିବା ମାଁ ବ୍ରାହ୍ମଣୀ ଦେବୀ ଠାକୁରାଣୀ ଙ୍କର ପୂଜା ପୀଠରେ ଜିରିଙ୍ଗିପଡା ଗ୍ରାମ ବାସୀ ଏବଂ ଗ୍ରାମ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଏହି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ଆଜି ମାଘ ମାସ ଶେଷ ମଙ୍ଗଳବାର ଚତୁର୍ଦ୍ଦଶୀ ତିଥିରେ ଗ୍ରାମ ଦେବୀ ମାଁ ବ୍ରାହ୍ମଣୀ ଦେବୀ ଙ୍କର ବାର୍ଷିକ ପୂଜା ବହୁ ଆଡମ୍ବରରେ ଅନୁଷ୍ଠିତ

ହୋଇଥିଲା। ପୂଜା ପୀଠରେ ଥିବା ମାଁ ବ୍ରାହ୍ମଣୀ ଦେବୀ, ମାଁ ବୁଡି ମାଁ ଠାକୁରାଣୀ,ମୁନୀ ଋଷି ଦେବାୟ ଗଣ,ଏଭଳି ଅନ୍ୟାନ୍ୟ ଦେବା ଦେବୀ ଙ୍କର ପୂଜା ପୀଠ ରହିଛି। ମାଁ ଏଠାରେ ରହି ପୂଜା ପାଇଥାନ୍ତି। ମାଁ ବ୍ରାହ୍ମଣୀ ଦେବୀ ଙ୍କର ପୂଜା ସମୟରେ ଜିରିଙ୍ଗିପଡା ଗ୍ରାମ ଉତ୍ସବ ମୁଖର ହୋଇଥାଏ। ଏହି ପୂଜା ଦେଖିବା ପାଇଁ ଫୁଲବାଣୀ ଜିରିଙ୍ଗିପଡା ଗ୍ରାମବାସୀ ଙ୍କ ସହିତ ଫୁଲବାଣୀ ସହରର ପୁରୁଷ ମହିଳା ଶ୍ରଦ୍ଧାଳୁ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ। ମାଁ ବ୍ରାହ୍ମଣୀ ଦେବୀ ଙ୍କର ଆଶିଷ ଲାଭ କରିବା ପାଇଁ ସହସ୍ରାଧିକ ଭକ୍ତ ଙ୍କର ଭିଡ଼ ଜମିଥିଲା। ମାଁଙ୍କ ନିକଟରେ ବହୁତ ଭକ୍ତ ବିଭିନ୍ନ କାର୍ଯ୍ୟ ସଫଳ ନିମନ୍ତେ ମନାସୀଥାନ୍ତି। ଯେଉଁ ଭକ୍ତ ମାନଙ୍କର ମାନସିକ ପୂରଣ ହୁଏ ସେମାନେ ଏହି ପୂଜା ଦିନ ନଡ଼ିଆ ଧୂପ ଦୀପ ନୈବେଦ୍ୟ ମାଁ ଙ୍କ ପୂଜା ରେ ଅର୍ପଣ କରିଥାନ୍ତି। ଭକ୍ତ ମାନଙ୍କର ମନସ୍କାମନା ପୂର୍ଣ୍ଣ ହେଲେ ମାନସିକ ଛେଳି ବୋଦା ମଧ୍ୟ ପୂଜା କରାଯାଏ। ମାଁ ଙ୍କର ପୂଜା ସମୟରେ ବାଜା ବାଦ୍ୟ ଘଣ୍ଟ ହୁଳହୁଳି ରେ ପୂଜା ପୀଠ ସ୍ଥଳୀ ପ୍ରକମ୍ପିତ ହୋଇଉଠିଥିଲା। ମାଁ ବ୍ରାହ୍ମଣୀ ଦେବୀ ଙ୍କର ମୁଖ୍ୟ ପୂଜକ ନିରଞ୍ଜନ ବେହେରା, ମନପ୍ରାଣ ଲଗାଇ ମାନଙ୍କର ପୂଜା ଆନନ୍ଦ ମନରେ କରିଥିଲେ। ମାଁ ଙ୍କ ବାର୍ଷିକ ପୂଜା ସମୟରେ ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ପାୟେଲ ବେହେରା ଉପସ୍ଥିତ ଥିଲେ । ମୁଖ୍ୟ ପୂଜକଙ୍କୁ ପୂଜା କାର୍ଯ୍ୟରେ ସାହାର୍ଯ୍ୟ କରିବା ପାଇଁ ସହଯୋଗୀ ପୂଜକ ମୋନଜ ବେହେରା, ମୋନଜ ନାୟକ, ପାଞ୍ଚିଲି ବେହେରା, ମିଶ୍ର ନାୟକ ପ୍ରମୁଖ ପୂଜକ ସମ୍ପୂର୍ଣ୍ଣ ସଯୋଗ କରିଥିଲେ। ମାଁ ବ୍ରାହ୍ମଣୀ ଦେବୀଙ୍କର ବାର୍ଷିକ ପୂଜା ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଗ୍ରାମ କମିଟି ସଭାପତି ସୁଜିତ କୁମାର ବେହେରା, ସମ୍ପାଦକ ଦାରୁଣ ବେହେରା, ଉପ ସଭାପତି ବଳଦେବ ବେହେରା, ଉପଦେଷ୍ଟା ପଙ୍କଜ ବେହେରା, କରମ ବେହେରା, ସୁଶାନ୍ତ ନାୟକ, ରମେଶ ମହାନ୍ତି, ବୈଦ୍ୟନାଥ ନାୟକ ଶ୍ୟାମ ସୁନ୍ଦର ବେହେରା , କୀଚକ ନାୟକ,ଙ୍କ ସମେତ ଜିରିଙ୍ଗିପଡା ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଗ୍ରାମବାସୀ ପୂଜା କାର୍ଯ୍ୟ ରେ ଉପସ୍ଥିତ ରହିଥିଲେ। ମାଁ ଙ୍କର ପୂଜା ଅବସରରେ ଅର୍ଣ୍ଣପ୍ରସାଦ ଆୟୋଜନ ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page