ସଶକ୍ତ ଓଡିଶାର ଲୋକାଭିମୁଖୀ ସଚେତନତା କାର୍ୟ୍ୟକ୍ରମ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ସଶକ୍ତ ଓଡିଶା ପକ୍ଷରୁ ସ୍ଥାନୀୟ ସିଆରପି କାର୍ୟ୍ୟାଳୟ ଠାରେ ସରକାର ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ କାର୍ୟ୍ୟକ୍ରମ ଓ ମହିଳା ସଶକ୍ତିକରଣ ଅସହାୟ,ଅଭାବୀ ବ୍ୟକ୍ତି ବିଶେଷ କିପରି ସରକାରଙ୍କ ବିକାଶଧାରାରେ ସାମିଲ ହେଇପାରିବେ ତାହାର ବ୍ୟାପକ ପ୍ରଚାର ପ୍ରସାର କାର୍ୟ୍ୟକ୍ରମ ଅନୁଷ୍ଠାନର ସଭାପତି, ସମାଜସେବୀ ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ଓଡିଶା ନାଗରିକ ମହାମଞ୍ଚ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ୟାଙ୍କ ବରିଷ୍ଠ ଅଧିକାରୀ ନିର୍ମଳ ବେହେରା ଯୋଗ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ କାମଧେନୁ ମହିଳା ଯୋଜନା ସହିତ ଏକ ଲକ୍ଷ ଟଙ୍କା ସୁଧମୁକ୍ତ ଋଣ ଯୋଜନାରେ କିପରି ସାଧାରଣ ବ୍ୟକ୍ତି, ଅସହାୟ ଉପକୃତ ହୋଇ ପାରିବେ ତାହା ଉପରେ ଆଲୋକପାତ କରିଥିଲେ.ଲକ୍ଷ୍ୟରୁ ଲକ୍ଷ ଯୋଜନାର ଶୁଭାରମ୍ଭ ସହିତ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରାଇବା, ବିଭିନ୍ନ କୁଟୀର ଶିଳ୍ପକୁ ପ୍ରଚାର, ପ୍ରସାର କରାଇବା ଓ ଏଥି ସହିତ ୪୧ ଯୋଜନା ସମ୍ପର୍କରେ ସାଧାରଣ ମହିଳାଙ୍କୁ ଅନୁଷ୍ଠାନ ପକ୍ଷରୁ ଅବଗତ କରାଯାଇଥିଲା.ସରକାରଙ୍କ ସହିତ ସାମାଜିକ ସଂଗଠକ ଆଗେଇ ଆସିଲେ ବିକାଶର ଧାରା ପ୍ରବାହିତ ହେବ ବୋଲି ମତବ୍ୟକ୍ତ କରାଯାଇଥିଲା I ଏହି ଅବସରରେ ସୁନ୍ଦରଗଡ଼ର ମହିଳା ତାରାକାନ୍ତି ପଟେଲ ଗୋବରରେ ପ୍ରସ୍ତୁତ ଦ୍ୱୀପ, ଧୂପ ପ୍ରମୁଖକୁ ପ୍ରଦର୍ଶନ କରିଥିଲେ I ଅତିଥିମାନେ ଶ୍ରୀମତୀ ପଟେଲଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ସେ,ସମସ୍ତ ମହିଳାଙ୍କ ପ୍ରେରଣାର ଉତ୍ସ ବୋଲି ମୁଖ୍ୟ ଅତିଥି ପ୍ରଦ୍ୟୁମ୍ନ ବାବୁ ମତବ୍ୟକ୍ତ କରିଥିଲେ.ପ୍ରାୟ ୨୨ଟି ଜିଲ୍ଲାରୁ ମହିଳା, ସାମାଜିକ ସଂଗଠନ ପ୍ରମୁଖ ଯୋଗ ଦେଇଥିଲେ I ଧନ୍ୟବାଦ ଅର୍ପଣ ଅନିତା କରିଥିବା ବେଳେ ଭାଷାପ୍ରାଣ ନବ କିଶୋର ପ୍ରଧାନ ପରିଚାଳନା କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News