ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା”ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ “ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ ଯୋଜନା, ଆତ୍ମନିଯୁକ୍ତି,ନିଯୁକ୍ତି, ଉତ୍ପାଦନ ବୃଦ୍ଧି ସହିତ ଗ୍ରାମର ବାସ କରୁଥିବା ମହିଳା କିପରି ଆତ୍ମ ନିଯୁକ୍ତି ପାଇପାରିବେ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ତାହା ଉପରେ ଆଲୋଚନା ସହିତ ରାଜ୍ୟ ଓ କେନ୍ଦ୍ର ସରକାର କରୁଥିବା ଯୋଜନା ଠିକ ଭାବରେ ଓ ସଫଳ ରୂପାୟନ ହେବ ତାହା ଆଲୋଚନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ଡ଼ଃ ପ୍ରକାଶ ଶ୍ରୀଚନ୍ଦନ, ବିଶିଷ୍ଟ ଅତିଥି ଭାବେ ବ୍ୟାଙ୍କ ଅଧିକାରୀ ରଶ୍ମିତା ବୈଦ୍ୟ, ସମ୍ମାନିତ ଅତିଥି ଭାବେ ସାରସ୍ୱତ ପ୍ରାଣ କଲ୍ୟାଣ କୁମାର ଚାଟାର୍ଜି,ପତ୍ରକାର ଅରବିନ୍ଦ ତ୍ରିପାଠୀ, ସମାଜସେବୀକା ସମିତା ମହାରଣା, ଅନଦା ପ୍ରଭା ରାୟ, ଶିକ୍ଷାବିତ ରମେଶ ଚନ୍ଦ୍ର ପାତାଳ ସିଂ, ମିଶ୍ର,ସାମ୍ବାଦିକା ରୀନା ମହାନ୍ତି, ଶିକ୍ଷାବିତ ଅନନ୍ତ ରାଉତ ଭାଷାପ୍ରାଣ ନବ କିଶୋର ପ୍ରଧାନ ଉପସ୍ଥିତ ରହିବା ସହ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହିତ ମହିଳା ସଶକ୍ତିକରଣ ଓ ରାଷ୍ଟ୍ର ବିକଶିତ ହେବାରେ ମୁଖ୍ୟଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଂଯୋଜକ, ମଣ୍ଡଳ ସଂଯୋଜକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଅଭିଯାନର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ରୀନା ମହାନ୍ତିସମସ୍ତ ମହିଳାଙ୍କୁ ଶପଥପାଠ କରାଇବା ସହିତ ସରକାର ଓ ଅଭିଯାନ ର ମିଶନରେ ସାମିଲ ହେବା ନେଇ ସଂକଳ୍ପ କରାଇଥିଲେ l ସଂଯୁବାଳା ସେଠି ଙ୍କୁ ଅନୁଗୁଳ ଜିଲ୍ଲା ସଂଯୋଜକ ଭାବେ ପରିଚୟ ପତ୍ର ପ୍ରଦାନ କରାଯାଇ ଥିବା ବେଳେ ମମତା ରଣା, ବିଭତ୍ସ ମିର୍ଧା, ଦେଓଗାଁ ବ୍ଲକ, ସୀତାକାନ୍ତ ରଣା, ସଇଁତଳା ବ୍ଲକ, ବବିତା ଗୋଛାୟତ ଅନୁଗୁଳ ବ୍ଲକ ଙ୍କୁ କାର୍ଡ ଓ ନିଯୁକ୍ତି ପ୍ରଦାନ କରାଯାଇଥିଲା l ସଶକ୍ତ ସାମ୍ବାଦିକ ଭବନ ଉଦଘାଟନ, ବୃକ୍ଷ ରୋପଣ, ଏସବି ଆଇ ଦ୍ୱାରା ଦୁର୍ଘଟଣା ବୀମା କରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମ କୁ ଅନିତା ସ୍ୱାଇଁ, ନିହାର ସ୍ୱାଇଁ, ଅଇଁଠୁ ରଣାଙ୍କ ସହିତ ସଂଯୋଜକ ଓ ଶହ ସଂଯୋଜକ ପରିଚାଳନା କରିଥିଲେ l
ବିଜୟ କୁମାର ପ୍ରଧାନ
ଆବାହକ, ସଶକ୍ତ ଓଡିଶା
ଭୁବନେଶ୍ୱର -9124778777
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
କଳାହାଣ୍ଡି କୋର୍ଟକୁ ବୋମା ଧମକ:ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ
କଳାହାଣ୍ଡି,୯।୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ରାଜ୍ୟର ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲ୍ଲା କୋର୍ଟକୁ ବି ମିଳିଛି ବୋମା ଧମକ।କଳାହାଣ୍ଡି ଜିଲ୍ଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ବାଲିଅନ୍ତା,୮|୩(ବାଲିଅନ୍ତା,୮|୩():ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବାଲିଅନ୍ତା ବ୍ଲକ ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ବାଲିପାଟଣା ବ୍ଲକ ସଭାପତି କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟଦେବ
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ବାଲିଅନ୍ତା,:ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବାଲିଅନ୍ତା ବ୍ଲକ ଗଡ଼ଶ୍ରୀରାମପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ବାଲିପାଟଣା ବ୍ଲକ ସଭାପତି କିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟଦେବ
ଧଉଳି ସାହିତ୍ୟ ସଂସଦର ଆସର ‘ଚିତ୍ରିତ ଚଇତ’ ଅନୁଷ୍ଠିତ
ବାଲିଅନ୍ତା: ଆଜି କୌଶଲ୍ୟାଗଙ୍ଗ ସ୍ଥିତ ସିଫା ପରିସରରେ ଧଉଳି ସାହିତ୍ୟ ସଂସଦର ଏକ ଭବ୍ୟ ସାରସ୍ବତ କାର୍ଯ୍ୟକ୍ରମ ‘ଚିତ୍ରିତ ଚଇତ’ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବରିଷ୍ଠ କବି ଦୁର୍ଗାଚରଣ ଷଡ଼ଙ୍ଗୀ, ଡ. ରଜନୀ ରଞ୍ଜନ ଦାଶ, ସମାଜସେବୀ ହଂସ ଖିମ୍ଜୀ
ଯୁଦ୍ଧ ଲାଗି ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର
ନୂଆଦିଲ୍ଲୀ :ଦିଲ୍ଲୀରେ ୧୮୮୩ ଟଙ୍କା, ମୁମ୍ବାଇରେ ୧୮୩୫ ଟଙ୍କାକୁ ବୃଦ୍ଧି । ଆଜିଠାରୁ ନୂଆ ବର୍ଦ୍ଧିତ ଦର ଲାଗୁ ହୋଇଛି । ତୁରନ୍ତ କାର୍ଯ୍ୟକାରୀ ନୂଆ ମୂଲ୍ୟ ସିଧାସଳଖ ରୋଷେଇ ଘର ବଜେଟ୍ ସହିତ ହୋଟେଲ ଏବଂ ରେଷ୍ଟୁରାନ୍ଟ ଭଳି ବ୍ୟବସାୟ
ଆଜିଠୁ ଦୁଇଦିନ ପ୍ରବଳ ବର୍ଷା
ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଛି । ସକାଳୁ ପ୍ରବଳ ଖରା ସହ ମଧ୍ୟାହ୍ନରୁ ଝାଞ୍ଜି ପବନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି । ଇତିମଧ୍ୟରେ ପାରଦ ୩୯ ଡିଗ୍ରୀ ଡେଇଁଥିବାବେଳେ ଆଗାମୀ ୩ଦିନ ଆହୁରି ୨ରୁ ୩ ଡିଗ୍ରୀ
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଧଉଳି ସାହିତ୍ୟ ସଂସଦର ଆସର ‘ଚିତ୍ରିତ ଚଇତ’ ଅନୁଷ୍ଠିତ