ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୨ ତମ ଶ୍ରାଦ୍ଧବାର୍ଷିକ ଅବସରରେ ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା “ପକ୍ଷରୁ ସ୍ଥାନୀୟ ସିଆରପି କାର୍ୟ୍ୟାଳୟ ଠାରେ ମହିଳା ସଶକ୍ତିକରଣ ଯୋଜନା, ଆତ୍ମନିଯୁକ୍ତି, ନିଯୁକ୍ତି, ଉତ୍ପାଦନ ବୃଦ୍ଧି ସହିତ କିପରି ମହିଳା ମାନେ ରାଜ୍ୟ ଓ କେନ୍ଦ୍ର ସରକାର କରୁଥିବା ଯୋଜନା ଠିକ ଭାବରେ ପାଇପାରିବେ ଓ ଉକ୍ତ ଅଭିଯାନର “ଲକ୍ଷ୍ୟ ରୁ ଲକ୍ଷ “କିପରି ସଫଳ ଭାବେ ରୂପାୟନ ହୋଇପାରିବ ତାହା ଉପରେ ଆଲୋଚନା ଓ ଗ୍ରାମାଞ୍ଚଳରେ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ହେବ ଆଲୋଚନା

କରାଯାଇଥିଲା କ୍ଷ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ମନ୍ତ୍ରି ଡ଼ ଅରବିନ୍ଦ ଢ଼ାଲି, ସମ୍ମାନିତ ଅତିଥି ଭାବେ ସାରସ୍ୱତ ପ୍ରାଣ ଡ଼ ପ୍ରକାଶ ଶ୍ରୀଚନ୍ଦନ, ଅଧିବକ୍ତା ଆରତୀ ମିଶ୍ର,ସମାଜସେବୀକା ରାଜମିତ୍ରା ପ୍ରହରାଜ, ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଏସବିଆଇ ଅଧିକାରୀ ରଶ୍ମିତା ବୈଦ୍ୟ, ସମାଜସେବୀ କୁଳମଣି ରାଉତ, ଉପଦେଷ୍ଟା କଲ୍ୟାଣ ଚାଟାର୍ଜି,ଭାଷାପ୍ରାଣ ନବ କିଶୋର ପ୍ରଧାନ ଉପସ୍ଥିତ ରହିବା ସହ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ହେବା ସହିତ ରାଷ୍ଟ୍ର ବିକଶିତ ହେବାରେ ମୁଖ୍ୟଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ I ଆବାହକ ବିଜୟ କୁମାର ପ୍ରଧାନ ସଶକ୍ତ ଓଡିଶା ମାଧ୍ୟମରେ କିପରି ଗରିବ ଓ ଅସହାୟ ମହିଳାଟିଏ ନିଜେ ରୋଜଗାର କ୍ଷମ ହେବା ସହିତ ନିଜ ପିଲାମାନଙ୍କୁ ରୋଜଗାର କ୍ଷମ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ କ୍ଷ ସମବାୟ ଋଣ ଓ ବ୍ୟାଙ୍କ ସହଯୋଗ ଦ୍ୱାରା ସେମାନେ ସୁନ୍ଦର ପରିବାର ଗଠନ କରିପାରିବେ ବୋଲି ଶ୍ରୀମତୀ ବୈଦ୍ୟ କହିଥିଲେ I ସଶକ୍ତ ଓଡିଶାର ଏହି ଅଭିଯାନକୁ ଅତିଥି ମାନେ ପ୍ରଶଂସା କରିବା ସହ ସରକାର ଆବଶ୍ୟକ ସହଯୋଗ କରନ୍ତୁ ବୋଲି କହିଥିଲେ I ସାମ୍ବାଦିକା ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ କାର୍ୟ୍ୟକ୍ରମକୁ ସହଯୋଗ କରିଥିଲେ ବିବର୍ଷ ମିର୍ଧା, ଶିକ୍ଷାବିତ ଅଇଁଠୁ ସାହୁ I