ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ଅନେକ ଲଢେଇ ପରେ ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ ହୋଇଥିଲା । ତତ୍କାଳିନ ସରକାର ପ୍ରତିଶୃତି ଦେଇଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ଅସମ୍ପୁର୍ଣ୍ଣ ମେଡିକାଲ କଲେଜକୁ ତତ୍କାଳିନ ସରକାର ଉଦ୍ଘାଟନ କରିଥିଲେ । ମୁଁ ନିଜେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମକୁ ବିରୋଧ କରି ମଂଚ ତ୍ୟାଗ କରିଥିଲି । ପରେ ସରକାର ବଦଳିଲା । ଆଶା ଥିଲା ମାସେ ଦୁଇ ମାସ ଭିତରେ ନୂଆ ସରକାର ମେଡିକାଲ କଲେଜକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବେ କିନ୍ତୁ ଦୁଃଖର ବିଷୟ ସରକାର ପରିବର୍ତ୍ତନ ଏକ ବର୍ଷ ପରେ ବିଜେପି ନେତୃତ୍ୱାଧିନ ରାଜ୍ୟ ସରକାର ଚାରି ଆଡେ ବର୍ଷ ପୁର୍ତ୍ତି ମହୋତ୍ସବ ପାଳନ କରୁଛନ୍ତି କିନ୍ତୁ ଆମ ଦିର୍ଘ ଦିନର ସ୍ୱପ୍ନ ଭୀମଭୋଇ ମେଡିକାଲ କଲେଜ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାରେ କୌଣସି ପ୍ରକାର ପଦକ୍ଷେପ କାହିଁକି ନେଉ ନାହାନ୍ତି ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଯେ ଭୀମଭୋଇ ମେଡିକାଲ କଲେଜର ନିର୍ମାଣ ଓ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଧାନସଭା ଭିତରେ ଓ ବାହାରେ ସେ ଅନେକ ଲଢେଇ କରିଛନ୍ତି । ବହୁ କଷ୍ଟରେ ଏହାର ନିର୍ମାଣ କାମ ସମାପ୍ତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ଆମ ଜିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ପାଇଥିବା ବେଳେ ଜିଲ୍ଲା ର ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ଭୂଷୁଡି ପଡିଛି । ମେଡିକାଲ କଲେଜ କେବେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ମେଡିକାଲ କଲେଜର ସମସ୍ତ ବିଭାଗ ନୁଆଁ କୋଠାକୁ କେବେ ସ୍ଥାନାନ୍ତରିତ ହେବ, ଲୋକେ କେବେ ମେଡିକାଲ କଲେଜର ପ୍ରକୃତ ଲାଭ ପାଇବେ ସେ ଦିଗରେ ସନ୍ଦେହରେ ଅଛନ୍ତି । ଆହୁରି ମଧ୍ୟ ଦେଓଗାଁ, ଚୁଡାପାଲି ଭଳିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ମଞ୍ଜୁରି ମୁତାବକ ଦରକାର ହେଉଥିବା ଡାକ୍ତର, ପାରା ମେଡିକାଲ ଷ୍ଟାଫ୍, ନର୍ସିଂ ଷ୍ଟାଫ୍ ର ୮୦% ପଦବି ଖାଲି ରହୁଛି । ମୋର ଦାବି ନୁଆ ସରକାର କେବଳ ଭାଷଣ ଓ ପ୍ରତିଶୃତିରେ ସିମିତ ନ ରହି ଆମ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଗୁଡିକ ସହିତ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆରମ୍ଭ, ସୁପର ସ୍ପେସାଲିଟି ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସହ ଡାକ୍ତର ନିଯୁକ୍ତି ଯଥାଶିଘ୍ର କରନ୍ତୁ ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ । ଏଥିରେ ଯଦି କୌଣସି ପ୍ରକାର ଧନଜିବନ ହାନି ହୁଏ ତେବେ ସରକାର ଦାୟି ରହିବେ ବୋଲି ଶ୍ରୀ ମିଶ୍ର ଚେତାବନି ଦେଇଥିଲେ । ବ୍ଲକ ଓ ମ୍ୟୁନିସିପାଲିଟିର ଦୁର୍ନିତିକୁ ସାମ୍ବାଦିକ ଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ମନହିରା ପଂଚାୟତର ଏକ ବିଧାୟକ ଉନ୍ନୟନ ପାଣ୍ଠି କିଭଳି ଆତ୍ମସାତ କରାଯାଇଛି ସୂଚନା ଅଧିକାର ଆଇନ ବଳରେ ଆଜି ତାର ପର୍ଦ୍ଦାଫାସ କରାଯାଇଛି । ଦେଢ ଲକ୍ଷ ଟଙ୍କାର ବିଧାୟକ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ପୋଖରୀର ପାହାଚ ର କାର୍ଯ୍ୟାଦେଶ ଜନୈକ ବ୍ୟକ୍ତିଙ୍କୁ ଦିଆଯାଇଥିଲା । କିନ୍ତୁ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତି ବ୍ଲକ କର୍ତ୍ତୃପକ୍ଷ ଙ୍କ ଅସହଯୋଗ ଯୋଗୁଁ କାମ ହୋଇ ପାରିନଥିଲା । ପରେ କିଛି ମାସ ପରେ ସେହି ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ପାଇଲେ ଯେ ସେ କାମ ସମ୍ପୁର୍ଣ୍ଣ ହୋଇଯାଇଛି କିନ୍ତୁ ଦୁଃଖର ବିଷୟ ସେ କାମ ର କାର୍ଯ୍ୟାଦେଶ ବାତିଲ ନ ହୋଇ କାମ କିପରି ହେଲା , ପରେ କ୍ଷେତ୍ର ପରିଦର୍ଶନରେ ଜଣାପଡିଲା ଯେ ସେ ନିର୍ଦ୍ଦିଷ୍ଟ ବାଘପଡା ବନ୍ଧରେ କୌଣସି ପାହାଚ ନିର୍ମାଣ ହୋଇନାହିଁ କିନ୍ତୁ ବ୍ଲକ କର୍ତ୍ତୃପକ୍ଷ ଚଂଚକତା କରି ବିଲ ହଡପ କରିଛନ୍ତି । ତେଣୁ ମୁଁ ନିଜେ ଏହାର ଏକ ଭିଜିଲେନ୍ସ ତଦନ୍ତ ଦାବି କରି ଏଥିରେ ସଂପୃକ୍ତ ବ୍ଲକ ଚେୟାରମେନ, ଗୋଷ୍ଠି ଉନ୍ନୟନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଅନୁସନ୍ଧାନ ଓ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ବୋଲି କହିଥିଲେ । ଠିକ୍ ସେହି ପରି ମହାରାଣୀ ସାଗରର ଉନ୍ନତି କାମରେ ହୋଇଥିବା ଦୁର୍ନିତି ର ପ୍ରଶ୍ନରେ ଶ୍ରୀ ମିଶ୍ର ସାମ୍ବାଦିକମାନେ ଏହି ଦୁର୍ନିତିକୁ ନେଇ କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଐତିହ ସମ୍ପନ୍ନ ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କାର ଅନୁଦାନ ଆସିଥିଲା । ତତ୍କାଳିନ ବିଜେଡି ସରକାର ର ନେତାମାନେ ଚଂଚକତା କରି ଏସ୍ଏଚ୍ଜିମାନଙ୍କୁ ଏହା ଦାୟିତ୍ୱ ଦେଇଥିଲେ । ବର୍ତ୍ତମାନ ମହାରାଣୀ ସାଗର କେଉଁ ଅବସ୍ଥାରେ ଅଛି ଲୋକେ ଦେଖୁଛନ୍ତି । ଏହି ଦୁର୍ନିତିର ପର୍ଦ୍ଦାଫାସ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିହାତି ଦରକାର ବୋଲି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରି ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର ମଂଚାସିନ ଥିବା ବେଳେ ବୁଲୁ ଦାନି, କୈଳାସ ମିଶ୍ର, ଯୁବ ସଭାପତି ଅଙ୍କିତ ସାହୁ, ଛାତ୍ର ସଭାପତି ଚିନ୍ମୟ ବେହେରା, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, କଂଗ୍ରେସ ନେତା ବିରେନ ମିଶ୍ର, ଅନ୍ତ ବେହେରା, ମାନସ ମହାନ୍ତି, ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥା କୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ
ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ 'ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ' ତରଫରୁ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ,ଓଡ଼ିଶା ସରକାର ଏବଂ କଳିଙ୍ଗ ଇନ୍ଷ୍ଟିଟ୍ୟୁଟେ ଇଣ୍ଡଷ୍ଟ୍ରିଆଲ ଟେକ୍ନଲୋଜି ଅନୁକୁଲ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ସ୍ଥାନୀୟ ଜୟଦେବ
ଜନ ଅସନ୍ତୋଷରେ ପୈ।ର ଚିକିତ୍ସାଳୟ
୪୦ ମାସ ଧାରଣା ରେ ସେବା ପ୍ରତିନିଧିଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅଧିବାସୀ ସ୍ଵାଧୀନତା ପୂର୍ବରୁ ସ୍ଵାସ୍ଥ୍ୟ କଥା ଚିନ୍ତାକରି ୧୯୪୬ ମସିହାରେ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଏକ ଚିକିତ୍ସାଳୟ ନିର୍ମାଣ କରିଥିଲେ। ପରେ ପୈ।ର ମହାନଗର ନିଗମ ସେହି ଚିକିତ୍ସାଳୟକୁ ନିଜ
ଉତ୍ତମ ମାନର ସେବା ଦେବା ପାଇଁ ଦୂରସଂଚାର ବିଭାଗ ପ୍ରତିଶୃତିବଦ୍ଧ
ଭୁବନେଶ୍ୱର: ଭାରତୀୟ ଦୂରସଂଚାର ବିଭାଗ ଭୁବନେଶ୍ୱର ଟେଲିକମ ପକ୍ଷରୁ ମହାନିର୍ଦ୍ଧେଶକ ରମେଶ କୁମାର ଗୋୟଲ ଏକ ସମୀକ୍ଷା ବୈଠକ ସହିତ ଟେଲିଫୋନର ବିଭିନ୍ନ ଉପଯୋଗୀତା, ନାଗରିକ ମାନଙ୍କ ପ୍ରମୁଖ ସମସ୍ୟା ସହିତ ବିଏସଏନଏଲ କୁ ଆହୁରି ଲୋକାଭିମୁଖୀ କରାଇବା, ସଂଚାର ଆପ
ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରେ ଏକତ୍ରିତ ହୋଇ ପତାକା ଉଚୋାଳନ କରିଥିଲେ। ଏହାସହ
ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଧୂମଧାମ ତଥା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ଗ୍ରାମର ସମସ୍ତ
ଚାନ୍ଦବାଲି ଏନଏସି ୧୦ନମ୍ବର ୱାର୍ଡ ନୟାଧାମରା ଗ୍ରାମରେ ଅଷ୍ଟପ୍ରହରୀ କୀର୍ତ୍ତିନ
ନୟାଧାମରାଗ୍ରାମରେ ପ୍ରତ୍ୟେକ ବର୍ଷଭଳି ଏହିବର୍ଷ ମଧ୍ୟ ଅଷ୍ଟପ୍ରହରୀ କିର୍ତ୍ତନ ପାଳନ କରାଯାଉଛି | ୨୫ ରୁ ୨୮୬ରିଖ ପର୍ଯନ୍ତ ଅଷ୍ଟପ୍ରହରୀ ନାମକିର୍ତ୍ତନ ଅନୁଷ୍ଟିତ ହେବ ବୋଲି ନୟାଧାମରାଗ୍ରାମରେ ଗ୍ରାମବାସୀବୃନ୍ଦ ଗ୍ରାମକୁ ସାଜସଜାସହିତ କିର୍ତ୍ତନଦଳକୁ ନିମନ୍ତ୍ରିତ କରିଛନ୍ତି | ତାହା ସହିତ ଆଖପାଖ
ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଓ ଉଦ୍ୟୋଗୀଙ୍କ ସମ୍ପର୍କରେ ଆଲୋଚନା, ସମୀକ୍ଷା ବିଶିଷ୍ଟ ସମାଜସେବୀ, ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I
ଗଡ଼ମାଣିତ୍ରୀ ଠାରେ ବନ୍ଧୁମିଳନ
ଖୋର୍ଦ୍ଧା: ପବିତ୍ର ମା ରାମଚଣ୍ଡୀଙ୍କ ପୀଠ ଗଡ଼ମାଣିତ୍ରୀ ଠାରେ ସମାଜସେବୀକା, ପୁଜ୍ୟପୂଜା ପ୍ରାଣ ସନ୍ତୋଷ କୁମାର ବଳିୟାର ସିଂ ଓ ଲୋପାମୁଦ୍ରାଙ୍କ ଏଗାରତମ ବିବାହ ବାର୍ଷିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାଙ୍କ ଆଶୀର୍ବାଦ ତଥା ବଡ ଭଉଣୀ
କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ପବିତ୍ର ଶ୍ରୀପଂଚମୀ ଅବସରରେ ସାମାଜିକ ଅନୁଷ୍ଠାନ "କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ' ର ୧୫ତମ ବାର୍ଷିକ ଉତ୍ସବ ଓ ସଶକ୍ତ ଓଡ଼ିଶା ପକ୍ଷରୁ ଆୟୋଜିତ ମହିଳା ସଶକ୍ତିକରଣ ଅଭିଯାନ ଆଲୋଚନା ଚକ୍ର ଓ ମହିଳାଙ୍କୁ ଦୁଇ ଚକିଆ ଯାନ ପ୍ରଦାନ
ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା
ଭୁବନ: ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା ଖୁବ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଏହି ପୂଜାର୍ଚ୍ଚନା ବିଦ୍ୟାଳୟର ପ୍ରାୟ ସମସ୍ତ ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି
ଇନ୍ଦିରା ଗାନ୍ଧୀ ପାର୍କରେ ମ୍ୟୁଜିକ ସର୍କଲର କାର୍ୟ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ “ଲଭେବୁଲ ରାଗଜ୍-ରାଗ ଆଧାରିତ ଲୋକପ୍ରିୟ ସଂଗୀତ” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବନ୍ଦ ଅଡିଟୋରିୟମ୍ରେ ଏହିପରି କାର୍ୟ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ
ସମାଜସେବୀ ସ୍ୱର୍ଗତଃ ଧ୍ରୁବଚରଣ ଓ ସୁବାସିନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର: ଶିଶୁପାଳଗଡ଼ର ନିଆରା ସମାଜସେବୀ, ନୀତିନିଷ୍ଠ ବ୍ୟକ୍ତିତ୍ୱ ସ୍ୱର୍ଗତଃ ଧୁ୍ରବଚରଣ ପାତ୍ର ଓ ଧର୍ମପନôୀ ସମାଜସେବିକା ସୁବାସିନୀ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ଶିଶୁପାଳଗଡ଼ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ସହପାଠୀ ଭାଗ୍ୟଲତାଙ୍କ ସଂଯୋଜନାରେ ଅନୁଷ୍ଠିତ
ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’
ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷା ନିଯୁକ୍ତି ପାଇଁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରୁଛନ୍ତି ଓ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ରୂପାୟିତ ହୋଇଛି ଓ ବଡ଼ ପରଦାକୁ ନେଇକି ଆସୁଛନ୍ତି
ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି
ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁସିକ୍ ଭିଡିଓ "ପ୍ରିୟସି’ ବହୁତ୍ ଜଲଦି ଆପଣଙ୍କ ନିକଟକୁ ଆସିବାକୁ ଯାଉଛି ଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁସିକ୍ ଭିଡିଓରେ ନିର୍ଦ୍ଦେଶକ ଆନନ୍ଦ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ
ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ
ବଲାଙ୍ଗିର: ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ
ରକ୍ତଦାନ କଲେ, ଅମୂଲ୍ୟ ଜୀବନ ବଞ୍ଚାଇଲେ
ବଲାଙ୍ଗୀର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମର ୧୪ ବର୍ଷ ଝିଅ ଚୁଲବୁଲି ବଞ୍ଛୋର ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ 4% ରକ୍ତ ଥିବାରୁ ଜରୁରି ପରିସ୍ଥିତିରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ
ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର
ରାଉରକେଲା: ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆୱାନ୍ ଏୟାର ର ଏକ ୯-ସିଟର ବିମାନ ଶନିବାର ଦିନ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୧୫–୨୦ କିଲୋମିଟର ଦୂର ଜଲଦା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୈଷୟିକ ତ୍ରୁଟି ଯୋଗୁଁ ଉଡାଣ ସମୟରେ ପାଇଲଟ୍ ଙ୍କୁ ‘ମେଡେ’
ନିଆରା ଢଙ୍ଗରେ ଜନ୍ମୋତ୍ସଵ ପାଳନ କଲା ନିସ୍ୱାର୍ଥ ସେବା ଓଡିଶା
ଭୁବନେଶ୍ୱର: ନିଃସ୍ୱାର୍ଥ ସେବା ଓଡ଼ିଶା ର ସପ୍ତମ ପ୍ରତିଷ୍ଠା ଦିବସ କୁ ନିଆରା ଢଙ୍ଗରେ ପାଳନ କରିଛି ସଂଗଠନ । କୌଣସି ଚାକଚକ୍ୟ ଉତ୍ସବ ପାଳନ ନକରି ଜଣେ ଅସହାୟ କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇଛି ଏହି ସଂଗଠନ ।
ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ସହ ଆଲୋଚନା
ଖୋର୍ଦ୍ଧା: ସରକାରୀ ହାଇସ୍କୁଲ ଏନ୍.ପି.ଏସ୍. ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲାର ଭାଇଭଉଣୀ ମାନଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଅଧିକାରିଣୀ ସୋନାମିକା ରାୟ, ସୟ-ଶିକ୍ଷାଧିକାରିଣୀ ପ୍ରଜ୍ଞାପରମିତା ଜେନା, ସହ-ଶିକ୍ଷାଅଧିକାରିଣୀ ରଶ୍ମିବାଳା ପରିଡ଼ା,ସହ-ଶିକ୍ଷାଅଧିକାରୀ ବିଜୟ କୁମାର ବେହେରାଙ୍କୁ ଭେଟି ଇଁରାଜୀ ନବବର୍ଷର ଅଭିନନ୍ଦନ ଜ୍ଞାପନ
ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ
ପୁରୀ: ଭୁବନେଶ୍ବର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ ସେଭେନ୍ରେ କାର୍ଯ୍ୟରତ ଜଣେ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ନ୍ୟୁଜ୍-୭ କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ସୂଚନା
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ
ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଅନୁଷ୍ଠିତ
ଚାନ୍ଦବାଲି ଏନଏସି ୧୦ନମ୍ବର ୱାର୍ଡ ନୟାଧାମରା ଗ୍ରାମରେ ଅଷ୍ଟପ୍ରହରୀ କୀର୍ତ୍ତିନ