ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ରାଉରକେଲା: ହେଲଥଭିଲେ ପୂର୍ବ ଭାରତର ସର୍ବବୃହତ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଭୁବନେଶ୍ୱର, ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ, ରାଉରକେଲା ଏବଂ ରାଉରକେଲାର ଗାୟତ୍ରୀ ପରିବାର ସହିତ ଏକ ମିଳିତ ସହଯୋଗରେ ୨୩ ଓ ୨୪ ନଭେମ୍ବର ଦୁଇ ଦିନ ଧରି ମାଗଣା ମେଗା ପ୍ରାକୃତିକ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ହେଲଥଭିଲେର ସଦସ୍ୟ ମାନେ ଯୋଗ ଅଧିବେଶନ | ବିପି ଏବଂ ଡାଇବେଟିସ୍ ଇତ୍ୟାଦି ପରି ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଡାକ୍ତରଙ୍କ ପରାମର୍ଶ ଓ ଖାଦ୍ୟ ପରାମର୍ଶ | ପ୍ରାକୃତିକ ଚିକିତ୍ସା ଏବଂ ଯୋଗ ଚିକିତ୍ସା ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ | ୧୫୦ ରୁ ଅଧିକ ରୋଗୀ ଏହି ଶିବିରର ଉପକାର ଲାଭ କରିଥିଲେ ଏବଂ ସେଠାରେ ହେଲଥଭିଲର ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।
ଔଷଧ ବିହୀନ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ଏବଂ ଆମେ ଦେଶକୁ ଏକ ରୋଗମୁକ୍ତ ଦେଶ ଭାବେ ପରିଣତ କରିବା ପାଇଁ ହେଲଥଭିଲେର ‌‌ ଡାକ୍ତର ମିଲିନ୍ଦ ପରାଶର, ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନର ସଂଯୋଜକ ଡାକ୍ତର ସୁବାସ ଚନ୍ଦ୍ର ରାଉତ, ଡାକ୍ତର ଖଗେଶ୍ୱର ଓଝା, ଡାକ୍ତର ଗଙ୍ଗାଧର ମିଶ୍ର ଏବଂ ଅନ୍ୟ ପ୍ରାକୃତିକ ଚିକିତ୍ସକ ମିଳିତ ଭାବରେ ଆଲୋଚନା କରାଯାଇଥିଲା | ଏହି ଶିବିରକୁ ସଫଳତାର ସହ ପରିଚାଳନା କରିଥିବାରୁ ହେଲଥଭିଲର ଚେୟାରମ୍ୟାନ୍ ଡ. ସତ୍ୟବ୍ରତ ମୀନକେତନ ସମସ୍ତ ସହଯୋଗୀ ସଦସ୍ୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଓଡିଶାର ବିଭିନ୍ନ ସ୍ଥାନରେ ଏହିପରି ଅନେକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରିବାର ଆଶ୍ୱାସନା ଦେଇଛନ୍ତି |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News