ଆମ ପ୍ରତିଭା ଆମ ଗୌରବ ଶିଶିଲୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ବାଲିଅନ୍ତା: ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରତିଭା ମାନେ ହେଉଛନ୍ତି ଆମ ଅଞ୍ଚଳର ତଥା ଆମ ବିଦ୍ୟାଳୟର ଗର୍ବ ଆଉ ଗୌରବ l ଏମାନଙ୍କ ପାଇଁ ବିଦ୍ୟାଳୟର ନା ସଦାସର୍ବଦା ସ୍ଵର୍ଣ୍ଣlକ୍ଷରରେ ଲିପିବଦ୍ଧ ହୋଇରହିଯାଏ ବୋଲି ଆଜି ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବାଲିଅନ୍ତା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶିଶିଲୋର “ସ୍କୁଲ ମହୋତ୍ସବ ୨୦୨୫” (ବାର୍ଷିକ କ୍ରୀଡା ପୁରସ୍କାର ବିତ୍ତରଣୀ ଉତ୍ସବ ତଥା ବିଜୟରାମ ମେଧାବୃତ୍ତି ସମ୍ମାନ ସମ୍ବର୍ଦ୍ଧନା ସଭା)ରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟର ପ୍ରତିଷ୍ଠାତା ବରିଷ୍ଟ ସଦସ୍ୟ ମାଗୁଣି ଚରଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ବିଷ୍ଣୁନାରାୟଣ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିଲେ l ମୁଖ୍ୟବକ୍ତା ଶିକ୍ଷାବିତ୍ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମ୍ମାନୀତ ଅତିଥି ତଥା ବିଜୟରାମ ମେଧାବୃତ୍ତି କମିଟିର ଅଧ୍ୟକ୍ଷ ଡ଼.ରାଧାନାଥ ପ୍ରହରାଜ ପ୍ରଭୃତି ଛାତ୍ରଛାତ୍ରୀ ମାନଙ୍କ ପ୍ରତି ତାଙ୍କର ଉପଦେଶାତ୍ମକ ବକ୍ତବ୍ୟ ରଖିଥିଲେ । ପୁରଣପଧାନ ସରପଞ୍ଚ ଦୁର୍ଯ୍ୟୋଧନ ମଲ୍ଲିକ, ପୂର୍ବତନ ସରପଞ୍ଚ ମାନସ କୁମାର ନାୟକ, ଶିକ୍ଷାବିତ୍ ନାରାୟଣ ବେହେରା, ବିଶିଷ୍ଟ ସମାଜସେବୀ ପ୍ରତାପ ଚନ୍ଦ୍ର ପ୍ରଧାନ, ନିର୍ମାଣ ଶିକ୍ଷାନୁଷ୍ଠାନର ମୁଖ୍ୟ ସିଦ୍ଧେଶ୍ୱର ମହାନ୍ତି, ଛାତ୍ର ସଂସଦ ସଭାପତି ଉପେନ୍ଦ୍ର କୁମାର ବାରିକ, ଛାତ୍ର ସଂସଦ ସମ୍ପାଦକ ଇଁ. ସନ୍ତୋଷ କୁମାର ସେଠୀ ପ୍ରଭୃତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସେମାନଙ୍କ ଉପାଦେୟ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ଅଞ୍ଚଳର ଅନେକ ବୁଦ୍ଧିଜୀବି, ବରିଷ୍ଟ ନାଗରିକ, ଅଭିଭାବକ ଓ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ସଭାକୁ ଶିକ୍ଷକ ସର୍ବେଶ୍ଵର ନାୟକ ପରିଚାଳନା କରିଥିବା ବେଳେ ଶେଷରେ ଅନ୍ୟତମ ଶିକ୍ଷକ ହୃଦାନନ୍ଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page