ଆସନ୍ତା ଜୁନ ମାସ ରେ ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ସମାବେଶ ପାଇଁ ନିଷ୍ପତ୍ତି

ବଲାଙ୍ଗୀର,୧୩।୦୪- ବଲାଙ୍ଗିର ଆସନ୍ତା ଜୁନ ମାସରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ରାଜ୍ୟର ସର୍ବବୃହତ ତଥା ପୁରାତନ ସାମ୍ବାଦିକ ସଂଘ “ଉତ୍କଳ ସାମ୍ବାଦିକ ସଂଘ”ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରାଯିବ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଝାରମୁଣ୍ଡା ଠାରେ ଅନୁଷ୍ଠିତ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆୟୋଜିତ ବୈଠକ ରେ ପ୍ରଥମେ ଭାରତ ମାତା ଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ହୋଇଥିଲା। ଏଥିରେ ସଂଘର ସଭାପତି ଅଶ୍ୱିନୀ କୁମାର ନାଏକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକରେ ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମେହେର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ସନ୍ଦୀପ କୁଅଁର, ବିମଳେନ୍ଦୁ ସାହୁ, ଶ୍ୟାମ ପ୍ରସାଦ ଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ । ଆସନ୍ତା ଜୁନ ମାସରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ଏକ ରାଜ୍ୟ ସ୍ତରୀୟ ବିରାଟ ସମାବେଶ ଆୟୋଜିତ କରାଯିବା ସକାଶେ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣ ରୁ ପ୍ରାୟ ଦେଢ଼ଶହ ରୁ ଅଧିକ ସାମ୍ବାଦିକ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାମ୍ବାଦିକ ମାନଙ୍କ ର ସୁବିଧା ଓ ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଆଜିର ବୈଠକରେ ସାଂଗଠନିକ ସମ୍ପାଦକ ହୁଲେଶ୍ୱର ହଂସ, ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ଉପ ସଭାପତି ଅଶୋକ ନାରାୟଣ ଭୋଇ, ସୁଶାନ୍ତ ବାରିକ, ଗୁରୁଦୟାଲ ହଂସ, ସୁଧାକର ଦାସ, ସମ୍ପାଦକ ଦେବରାଜ ନାହାକ, ବରିଷ୍ଠ ସାମ୍ବାଦିକ ଡାକ୍ତର ପୁଟେଲ, ଅନ୍ତର୍ଯ୍ୟାମୀ ସାହୁ, ସୁଶିଲ ମିଶ୍ର, ସାରଙ୍ଗ ଭୋଇ, ସୁବାସ ମିଶ୍ର, ରାଜେଶ ଦଣ୍ଡସେନା, ବିମଳ କୁମାର ଦାସ, ଅଜିତ ମିଶ୍ର, କୈଳାସ ସଗରିଆ ପ୍ରମୁଖ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏଥିରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ବ୍ଲକ ର ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page