ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣଙ୍କର ମୁତ୍ୟୁ

ଭବାନୀପାଟଣା, ୨୮/୦୨, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ଇନ୍ଦ୍ରାବତୀ ଜଳଭଣ୍ତାରରେ କେତେ ବେଳେ ଡଙ୍ଗା ଦୁର୍ଘଟଣା ମୃତ୍ୟୁ ତୋ କେତେ ବେଳ ଲୋକ ଗାଧେଇବା ପାଇଁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରୁଥିବା ବେଳେ ଗୁରୁବାର ପୁଣି ଜଣଙ୍କର ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଅଭାବନୀୟ ଘଟଣା ସାମ୍ମାକୁ ଆସିଅଛି। ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ (୪୬) ସେ ଅପରାହ୍ନ ୨.୩୦.ମି ସମୟରେ ନିକଟରେ ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ଗାଧେଇବାକୁ ଯାଇଥିଲେ , ହେଲେ ସେ ଗାଧେଇବା ସମୟରେ ଅଜାଣତରେ ତାଙ୍କର ଗୋଡ ଖସି ଯିବା ଫଳରେ ଗଭୀର ଜଳ କୁ ଚାଲିଯାଇଥିଲେ, ଜୀବନ ବିକଳରେ ସେ କୂଳକୁ ଯିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଆଉ ବାହାରି ପାରିନଥିଲେ ଆହୁରି ଗଭୀର ଜଳକୁ ଚାଲିଯାଇଥିଲେ। ପରେ ପରେ ଅକାତ ଜଳ ରାଶିରେ ତାଙ୍କର ଜୀବନ ଦୀପ ଲିଭି ଯାଇଥିଲା। ଉକ୍ତ ଘଟଣା ଗ୍ରାମର ଲୋକେ ଜାଣିବା ପରେ ପାଡେପଦର ପଞ୍ଚାୟତ ସମିତି ସଭ୍ୟ ମୋହନ ସାଗରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଖବର ପାଇ ସମିତି ସଭ୍ୟ ସାଗର, ସାଙ୍ଗେ ସାଙ୍ଗେ ଥୁଆମୁଳ ରାମପୁର ଥାନାଧିକାରୀ ଏବଂ ଥୁଆମୁଳ ରାମପୁର ଅଗ୍ନିଶମ ବାହିନୀଙ୍କୁ ଫୋନ ମାଧ୍ୟରେ ଜଣାଇ ଦେଇଥିଲେ, ଖବର ପାଇ ଥିଆମୁଳ ରାମପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜଳଭଣ୍ତାରରୁ ଶବ ଉଦ୍ଧାର କରିବାରେ ଉଦ୍ୟମ ଜାରି ରଖି ବିଫଳ ହୋଇଛନ୍ତି l ଯେହେତୁ ସନ୍ଧ୍ୟା ହୋଇଯାଇଥିବାରୁ ଅଧିକ ଉଦ୍ଧାର କାର୍ଯ୍ୟ ହୋଇପାରିଲା ନାହିଁ l ଶୁକ୍ରବାର ସକାଳୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ କରାଯିବ ବୋଲି ମହୁଲପାଟଣା ଫାଣ୍ଡି ଅଧିକାରୀ ଭୀମସେନ ଦଣ୍ଡସେନା ସୂଚନା ଦେଇଛନ୍ତି l ଉକ୍ତ ଘଟଣା ସ୍ଥଳରେ ଥୁଆମୁଳ ରାମପୁର ଥାନା ଅଧିକାରୀ କୈବଲ୍ଯ ସେଠ ଓ ତହସିଲଦାର ନୀରୋଜ କୁମାର ଭତ୍ରା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରି ଥିବା ଜଣାପଡିଛି I

(କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପ୍ରତିନିଧି ଜଗନ୍ନାଥ ନାଏକଙ୍କ ରିପୋର୍ଟ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page