ଓଡ଼ିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, ୧୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲାସ୍ତରୀୟ ଆମ ରୁଚି ଆମ ଖାଦ୍ୟ କାର୍ଯ୍ଯକ୍ରମ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜୀବୁନ ନିଶା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ୍, ଭବାନୀ ଶଙ୍କର ନିଆଲ୍, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜୟ ଶଙ୍କର ନାଏକ, ସତ୍ୟ ନାରାୟନ ମହାପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଆଙ୍କ ପାରମ୍ପରିକ ଆମ ରୁଚି ଆମ ଖାଦ୍ୟ ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଆଜିର ଦିନରେ ଫାଷ୍ଟ ଫୁଡ୍ ପ୍ରତି ଅଧିକ ରୁଚି ନ ରଖି ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ବିଶେଷ କରି ମିଲେଟ୍ ମିଶନ ର ସଫଳତା ଉପରେ ସମସ୍ତେ ଗୁରୁତ୍ଵ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ୍ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ମହିଳାମାନଙ୍କ ଦ୍ବାରା ଓଡ଼ିଆଙ୍କ ପାରମ୍ପରିକ ବିଭିନ୍ନ ଖାଦ୍ୟରେ ପଖାଳ, ଶାଗ, ବଡ଼ି ଚୁରା, ମାଣ୍ଡିଆରେ ପ୍ରସ୍ତୁତି ଜାଉ, ପୋଡ ପିଠା, ଆରିସା କାଖରା, କାଙ୍ଗୁ ଖିରି, କାଞ୍ଜି ଇତ୍ୟାଦି ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରାଯାଇଥିଲା ଏବଂ ଅତିଥି ମାନଙ୍କୁ ଏ ସବୁ ଖାଦ୍ୟ ଖାଇବାକୁ ଦିଆଯାଇଥିଲା । ଏହି ସବୁ ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ସୁସ୍ୱାଦ ହୋଇଥିବାରୁ ଅତିଥିମାନେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ର ସମସ୍ତ କର୍ମଚାରୀ ଏବଂ ମିଶନ ଶକ୍ତି ର ମହିଳା ମାନଙ୍କୁ ପ୍ରଶଂସା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page