ଭୁବନ: ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ତ ଅନ୍ତର୍ଗତ ଓଡ଼ିଶ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଖୁବ୍ ଧୂମଧାମରେ ତଥା ଉତ୍ସାହର ସହକାରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇଥିବାବେଳେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ବାର୍ଷିକ କ୍ରୀଡ଼ା ଉତ୍ସବରେ କ୍ରୀଡ଼ା ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନାଚ, ଗୀତ, ଡ୍ରାମାରେ ଛାତ୍ରଛାତ୍ରୀମାନେ ଭାଗନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରାଙ୍କ ପ୍ରତ୍ୟେକ୍ଷ

ତତ୍ୱାବଧାନରେ ଆୟୋଜନ କରାଯାଇଥିବାବେଳେ ଉତ୍ସବକୁ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସୁବ୍ରତ ବିଶ୍ୱାଳ, ଛବିଳ ପରିଡ଼ା, ପ୍ରତାପ ସାହୁ, ମାମିନା ରାଉତ, କବିତା ପୃଷ୍ଟି ଏବଂ ଅର୍ପିତା ବେହେରା ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ସମାଜସେବୀ ତଥା ସାମ୍ବାଦିକ ବିମଳ କୁମାର ରଣା ଅତିଥି ଭାବେ ଯୋଗଦେଇଥିବାବେଳେ ଅନ୍ୟ ଅତିଥି ଭାବେ ସତ୍ୟବାଦୀ ରଣାଙ୍କ ସହ ଅନ୍ୟ ଅତିଥିବୃନ୍ଦ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା। ଏହି ବାର୍ଷିକ କ୍ରୀଡ଼ା ଉତ୍ସବରେ ଛାତ୍ରୀଛାତ୍ରୀମାନେ ପୂର୍ଣ୍ଣ ଉତ୍ସାହ ସହ ଭାଗ ନେଇଥିବା ଦେଖିବାକୁ

ମିଳିଥିବାବେଳେ ଏହି ଭଳି ବିଦ୍ୟାଳୟ ଭିତିକ କାର୍ଯ୍ୟକ୍ରମ ପିଲାମାନଙ୍କ ଶାରୀରିକ ତଥା ମାନସିକ ଶକ୍ତିକୁ ବୃଦ୍ଧି କରିଥାଏ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଗକୁ ଆମ ବିଦ୍ୟାଳୟରେ ଆହୁରି ଆଡ଼ମ୍ବର ସହ ଏହି କ୍ରୀଡ଼ା ଉତ୍ସବକୁ ପାଳନ କରାଯିବ ବୋଲି ମଧ୍ୟ ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଛନ୍ତି।