ଭୁବନ: ସାରା ରାଜ୍ୟରେ ପ୍ରଭୁ ଲକ୍ଷ୍ମୀନାରାୟଣ ପୂଜାର୍ଚ୍ଚନା ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି। ବିଶେଷ କରି କୁମ୍ଭକାର ସଂପ୍ରଦାୟର ପରିବାରର ଘରେ ଘରେ ଏହି ପୂଜା କରାଯାଇଥାଏ। ସାରା ରାଜ୍ୟରେ କୁମ୍ଭକାରମାନେ ତାଙ୍କର ଆରାଧ୍ୟ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ଏହି କୁରାଳ ପଂଚମୀ ଦିନ କରିଥିବା ଦେଖିବାକୁ ମିଳିଛି। ଏହି ଅବସରରେ

ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ କୁମ୍ଭାର ସାହିରେ ଧୂମଧାମ ସହକାରେ କୁରାଳ ପଂଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୃଣ୍ମୟମୂର୍ତି ସ୍ଥାପନା କରାଯିବା ସହ ରୀତିନୀତି ଅନୁସାରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା। କୁରାଳ ପଂଚମୀର ପ୍ରଥମ ଦିନରେ କଳସ ଶୋଭାଯାତ୍ରା ସହ ଘଟସ୍ଥାପନା କରାଯାଇଥିବା ଦେଖାଯାଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାହିର ଯୁବକମାନେ ଏକତ୍ରିତ ହୋଇ ଏହି ପୂଜାର୍ଚ୍ଚନାକୁ ଆୟୋଜନ କରିଥିବା ଦେଖିବାକୁ ମିଳିଛି। ତେବେ ଏହି ପୂଜାକୁ ଆଗକୁ ଆହୁରି ଆଡ଼ମ୍ଭର ସହକାରେ ପାଳନ କରାଯିବାକୁ ପୂଜା କମିଟି ପକ୍ଷରୁ ପ୍ରକାଶ କରାଯାଇଛି।