କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ

କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି ଜଣେ ଜନପ୍ରତିନିଧି ତଥା ଲୋକପ୍ରିୟ ମନ୍ତ୍ରୀ ଦୟାନିଧି ନାଏକଙ୍କ ୧୧୦ ତମ ଜନ୍ମଦିନ ପାଳିତ ହୋଇଯାଇଛି । ଗତ ମାର୍ଚ୍ଚ ୩ ତାରିଖ ଦିନ ଭବାନୀପାଟଣା ସହରର ନକଟିଗୁଡାସ୍ଥିତ ଆମ୍ବେଦକର ଭବନ ଠାରେ ଶ୍ରୀ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଏଓଏସସିଏଫ୍ ର ଜିଲ୍ଲା ସଭାପତି ବସନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ଜେଲ ଅଧୀକ୍ଷକ ପ୍ରେମାନନ୍ଦ ବାଗ, କବି ତିଳକରାମ ନିଆଲ, ଆମ୍ବେଦକର ବିଚାରବାଦୀ ଭକ୍ତ ରାମ ନାଏକଙ୍କ ସମେତ ସଂଗଠନର ଉପ-ସଭାପତି ରାମକୁମାର ନାଏକ,ସମ୍ପାଦକ ବିଭୀଷଣ ନାଏକ,କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ,ସୂର୍ଯ୍ୟନାରାୟଣ କୁମାର,କୋଷାଧ୍ୟକ୍ଷ ଗଜମୋହନ ନାଏକ ପ୍ରମୂଖ ଯୋଗଦାନ କରିଥିଲେ। ଅତିଥିମାନେ ଶ୍ରୀ ନାଏକଙ୍କ ଠାରେ ଥିବା ବହୁମୂଖୀ ପ୍ରତିଭା ସହିତ ସେ ମ୍ୟୁନିସିପାଲଟି ଚେୟାରମ୍ୟାନ ଠାରୁ ଆରମ୍ଭ କରି ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଭବାନୀପାଟଣା ସହର ସମେତ ସମଗ୍ର ରାଜ୍ୟରେ କିପରି ସାଧାରଣ ଲୋକଙ୍କ ବିକାଶକୁ ଗୁରୁତ୍ବ ଦେଇ ପଦକ୍ଷେପ ନେଇଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ତୁଳସୀ ଦୁଇ ପତ୍ରରୁ ବାସେ ଭଳି ଛାତ୍ର ଜୀବନରୁ ହିଁ ସେ ଜଣେ ମେଧାବୀ ଓ ପରିଶ୍ରମୀ ଥିଲେ ଏହା ତାଙ୍କ ମନ୍ତ୍ରୀତ୍ବ ସମୟରେ ମଧ୍ଯ ଦେଖିବାକୁ ମିଳିଥାଏ। ସାତ ଥର ବିଧାୟକ, ଥରେ ମ୍ୟୁନିସିପାଲିଟି ଚେୟାରମ୍ୟାନ ଓ ତିନିଥର ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟୀତ୍ବରେ ଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳକୁ ରାସ୍ତାଘାଟ,ପୋଲ ସରକାରୀ ବାସଭବନ ନିର୍ମାଣ କରି ଲୋକପ୍ରିୟତା ଅର୍ଜନ କରିଥିଲେ । ଲୋକେ ତାଙ୍କୁ ଶ୍ରଦ୍ଧାରେ ଦୟା ବବା ବୋଲି ଡାକୁଥିଲେ । ସେହିଭଳି ପରିବହନ ମନ୍ତ୍ରୀ ଥିଲାବେଳେ ଅନେକ ଅଞ୍ଚଳକୁ ଭାୟା ବସ ପ୍ରଚଳନ କରିଥିଲେ । ଏଭଳି ସାଧାରଣ ଲୋକଙ୍କ ଦୁଃଖକୁ ବୁଝିପାରୁଥିବା ଜଣେ ଜନନେତାଙ୍କୁ ପାଇବା ଆଜିର ରାଜନୀତିରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସେଇଭଳି ଜଣେ ବ୍ଯକ୍ତିତ୍ବଙ୍କୁ ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଉଚିତ ସମ୍ମାନ ଦେଇପାରି ନ ଥିବାରୁ ବୁଦ୍ଧିଜୀବୀ ମହଲର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀର୍ଘ ଦିନରୁ ତାଙ୍କ ନାମରେ ନାମିତ ଦୟାନିଧି ଛକରେ ପ୍ରତିମୂର୍ତ୍ତିଟିଏ ମଧ୍ଯ ସ୍ଥାପନ କରି ନ ପାରିବା ଉଦବେଗର ବିଷୟ । ଏହି ଅବସରରେ ତାଙ୍କ ପରିବାର ବର୍ଗଙ୍କ ମଧ୍ଯରେ ବୋହୁ ଶ୍ରୀମତୀ ବିଳାସିନୀ ନାଏକ, ଝିଅ ରେବତୀ ନାଏକଙ୍କ ସମେତ ଦେବରାଜ ଛତ୍ରିଆ, ସୁବାସ ନାଏକ,ଡମ୍ବରୁଧର ନାଏକ,ବସନ୍ତ ନାଏକ, ପୃଥ୍ବୀରାଜ ଛତ୍ରିଆ, ରଜନୀକାନ୍ତ ସମର୍ଲିଆଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମକୁ ସଂଗଠନର ଉପଦେଷ୍ଟା ଯୋଗେଶ୍ବର ସାଗର ପରିଚାଳନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page