ଭବାନୀପାଟଣା, ୧୬/୦୨(ଜଗନ୍ନାଥ ନାଏକ): କଳାହାଣ୍ଡି ବହୁ ପ୍ରତୀକ୍ଷିତ ଜୁନାଗଡ଼ ମହୋତ୍ସବ ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ମହାସମାରୋହରେ ଆଜି ଉଦଘାଟିତ ହୋଇଛି । କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏକ ବିଶାଳ ମଶାଲ ରାଲି

ସାପ୍ତାହିକ ବଜାର ଠାରୁ ଆରମ୍ଭ ହୋଇଥିଲା । ଏହି ସମୟରେ ଶହ ଶହ ଜନ ସାଧାରଣଙ୍କ ସମେତ ଘୁମୁରା, ସଂକୀର୍ତ୍ତନ, ଢାପ ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ମଶାଲ ରାଲି ଉତ୍ସବ ପାଳନ ପଡିଆକୁ ନିଆ ଯାଇଥିଲା। କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓଙ୍କୁ ଉତ୍ସବ ମଞ୍ଚରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ତାଙ୍କ ପିତା ସ୍ୱର୍ଗତ ମହାରାଜା ଉଦିତ ପ୍ରତାପକୁ ଦେଓଙ୍କ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ରାଲି ସମୟରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ହଜାର ହଜାର ଲୋକଙ୍କ ମନ ମୋହିଥିଲା। ଜୁନାଗଡ଼ ମହୋତ୍ସବକୁ ନେଇ ସହର ସମେତ ଅଞ୍ଚଳରେ ହର୍ଷ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି।