କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିପୂଣ ଓଡ଼ିଶା ମେଳା

କୋକସରା: (ଚକ୍ରଧର ବେଶ୍ରା): କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧିନରେ ଥିବା କାଉଡୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟ ଶଙ୍କର ପାଠି ଙ୍କ ସଭାପତିତ୍ବରେ ଗୁରୁବାର ବିଦ୍ୟାଳୟ ପରିସର ଠାରେ ନିପୂଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ଗଣାଧିପତି ଗଜାନନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଦେଇ ପୁଜାର୍ଚନା କରାଯାଇଥିଲା। ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପାଠି ସ୍ୱ।ଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ କୁ ଆଗକୁ ନେଇ ଥିଲେ। ଏଥିରେ କାଉଡୋଲା ପଞ୍ଚାୟତ ସମିତି ସଭ୍ୟା ବୈଦେହି ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଚକ୍ରଧର ବେଶ୍ରା ଏବଂ ସମ୍ମାନିତ ଅତିଥି ଭାବେ କାଉଡୋଲା କ୍ଲଷ୍ଟର ଗୋଷ୍ଠୀ ସଂଯୋଜକ ସୁମନ୍ତ ପ୍ରକାଶ ଠାକୁର, ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହେଲେ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସର୍ବଦା ସାମଞ୍ଜସ୍ୟ ଠିକ୍ ରହିବା ଆବଶ୍ୟକ ତତ୍ ସହିତ ସରକାରଙ୍କ ଏଭଳି ଏକ ପଦକ୍ଷେପ ନିହାତି ଭାବରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ତଥା ମାନସିକ ଦକ୍ଷତା କୁ ବୃଦ୍ଧି କରିବ ବୋଲି ମତ ବ୍ୟକ୍ତ କରିବା ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦେଶ୍ୟ ବିଷୟରେ ବିଶେଷ ଭାବରେ ମତ ବ୍ୟକ୍ତ କରିଥିଲେ କାଉଡୋଲା କ୍ଲଷ୍ଟର ଗୋଷ୍ଠୀ ସଂଯୋଜକ ସୁମନ୍ତ ପ୍ରକାଶ ଠାକୁର । କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ପରିଚାଳନା ତଥା ସଂଯୋଜନା କରିଥିଲେ ଶିକ୍ଷକ ନିଲାମ୍ବର ଦାସ । ଏହି କାର୍ଯ୍ୟକ୍ରମ ରେ କ୍ଲଷ୍ଟର ର ୧୨ ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅବିଭାବକ ବୃନ୍ଦ ସାମିଲ ହୋଇଥିଲେ। ଶିକ୍ଷୟିତ୍ରୀ ଯଶୋଧାରା ବାଗ,ହିରନ୍ ମୟୀ ପଣ୍ଡା, ଚୁନୈ।ତି ମାଝୀ, ଶିକ୍ଷକ ତୁଲାରାମ ମାଝୀ, ନିତ୍ୟାନନ୍ଦ ମାଝୀ,ସୁନିଳ ବାଗ, ଚନ୍ଦ୍ର ମଣି ବେମାଲ, ସନାତନ ପଣ୍ଡା, ଲକ୍ଷ୍ମଣ ପାତ୍ର,ପ୍ରଶାନ୍ତ ସତନାମୀ, ଆଶୁତୋଷ ଆଚାର୍ଯ୍ୟ, ମୋହିତ ମାଝି, ଚିତ୍ତରଞ୍ଜନ ବାଗ, ଏବଂ କିଶୋର ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିବାରେ ପୁର୍ଣ୍ଣ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page