କାଉଡୋଳା ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ , ବଡ ପୋଡ଼ାଗୁଡା ବନାମ ଝରିଆ ଗୁଡା

ଦମଦାର ଖେଳ ପ୍ରଦର୍ଶନ ୬ ବଳରେ ୬ ଛକ୍କା ମୁରଳି ଦାସ

କୋକସରା, (ଚକ୍ରଧର ବେଶ୍ରା): କୋକସରା ବ୍ଲକ କାଉଡୋଲା ଠାରେ ୧୩ତାରିଖ ସୋମବାର ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ୧୧ ତମ ଦିବସରେ କ୍ୟୁ।ଟର ଫାଇନାଲ ଖେଳ ଝରିଆ ଗୁଡା ଏବଂ ବଡ଼ ପୋଡ଼ା ଗୁଡା ଦଳ ମଧ୍ୟରେ ଅତି ସଂଘର୍ଷ ପୁର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଝରିଆ ଗୁଡା ଦଳ ବ୍ୟାଟିଂ କରି ୧୦ ଓଭର ରେ ୧୪୦ ରନ୍ ସଂଗ୍ରହ କରିଥିବା ବେଲେ ପରେ ବଡ ପୋଡ଼ାଗୁଡା ଦଳ ବ୍ୟାଟିଂ କରି ୧୩୫ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇ ଥିଲେ । କିନ୍ତୁ ଉଭୟ ଦଳ ମଧ୍ୟରେ ଖେଳଟି ଅତି ରୋମାଞ୍ଚକ ଥିଲା ଏଥିରେ ବଡପୋଡାଗୁଡା ଦଳର ଖେଲାଲି ମୁରଳି ଦାସ ଗୋଟିଏ ଓଭରରେ ଲଗାତାର ୬ ବଲରେ ୬ ଗୋଟିଏ ଛକ୍କା ମାରି ଦର୍ଶକଙ୍କୁ ବେଶ୍ ଉତ୍ସାହିତ କରିଥିଲେ ସେ ମାତ୍ର ୧୩ ବଳଖେଳି ୪୨ ରନ୍ ସଂଗ୍ରହ କରି ଦଳ ପାଇଁ ବିଜୟର ଆଶା ଦେଖାଇ ଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ବଡପୋଡାଗୁଡା ଦଳ ୧୩୫ ରନ୍ ସଂଗ୍ରହ କରି ଝରିଆ ଗୁଡା ଠାରୁ ପରାଜୟ ହୋଇଥିଲା । ଏହି କ୍ୟୁ।ଟର ଫାଇନାଲ ଦମଦାର ଖେଳଟିକୁ ଶହ ଶହ ଦର୍ଶକ ଉତ୍ସାହିତ ହୋଇ ଉପଭୋଗ କରିଥିଲେ ।ଖେଳଟିକୁ ବସନ୍ତ କୁମାର ସରାବୁ ଏବଂ ତୋଫାନ କୁମାର ସତନାମୀ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀ ମାଝୀ ଷ୍କୋର ବୋର୍ଡ ଓ ଗଣେଶ ସତନାମୀ ଏବଂ ସୁରେଶ ସତନାମୀ ଅତିସୁନ୍ଦର ଭାବରେ ଧାରା ବିବରଣୀ ପ୍ରଦାନ କରିଥିଲେ ।ୟଙ୍ଗଷ୍ଟାର କ୍ରିକେଟ ଆସୋସିଏସନ୍ ର ସଭାପତି ତୋଫାନ ସତନାମୀ
ସମ୍ପାଦକ ବିଶାଳ ସରାବୁ ଏବଂ ଆକାଶ ନାଏକ,
ସୈ।ରଭ ସରାବୁ, ହିମାଂଶୁ ସତନାମୀ, ପିଣ୍ଟୁ ସତନାମୀ,
ଟୁନୁ ନାଏକ,ଡବ୍ଲୁ ସେଠୀ, ସୀବା ବେମାଲ,କେଶବ ମାଝୀ,
ବବ୍ଲୁ ସେଠୀ ସୁଭମ ସରାବୁ, ଜଗନ୍ନାଥ ସତନାମୀ, ନିମାଇଁ, ସୁଶାନ୍ତ କୋଚିଆ, ବିକି ସତନାମୀ, ପିଣ୍ଟୁ କୋଚିଆ, ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ପୁର୍ଣ୍ଣ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page