କାର ଦୁର୍ଘଟଣାରେ ଦାଦନ ଶ୍ରମିକର ମୃତ୍ୟୁ

କଳାହାଣ୍ଡି, ୨୮|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଧର୍ମଗଡ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସମସ୍ୟା ଉଦବେଗ ଦେଖାଦେଇଛି। ଦୈନନ୍ଦିନ ଦାଦନ ଶ୍ରମିକଙ୍କ କରୁଣ ଚିତ୍ର ଅଞ୍ଚଳ ପାଇଁ ଚର୍ଚ୍ଚା ର ବିଷୟ ପାଲଟିଛି।ଅନ୍ୟପଟେ ଅଞ୍ଚଳ ପାଇଁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ହିଁ ଶ୍ରମ ବିଭାଗ ସ୍ଥାଣୁ ପାଲଟି ଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ରାଜ୍ୟ ସରକାର ଗ୍ରାମାଂଚଳ ଲୋକମାନଙ୍କୁ ନିଜ ଗ୍ରାମରେ କାର୍ଯ୍ୟ ସଂସ୍ଥାନ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କାର୍ଯ୍ୟକାରି କରୁଛନ୍ତି । କିନ୍ତୁ ବାସ୍ତବ ରେ ବିଭାଗୀୟ ଅଧିକାରୀ ମାନଙ୍କ ଠିକାଦାର ପୋଷା ଓ ଲାଭଖୋର ମନ ବୃତ୍ତି ଯୋଗୁ ଲୋକେ କାମ ନ ପାଇ ନିଜ ପେଟ ପୋଷିବା ଲାଗି ରାଜ୍ୟ ବାହାର କୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ଅନେକ ଦାଦନ ଠିକାଦାର ଙ୍କ ଜୁଲମ ର ଶୀକାର ସାଜିଛନ୍ତି ତ କିଏ ଦଲାଲ ଙ୍କ ନିର୍ଯ୍ୟାତନା ରେ ଦିନ କାଟିଛନ୍ତି।ଏପରିକି ଅନେକ ଦାଦନ ଙ୍କ ଅକାଳ ମୃତ୍ୟୁ ଅଥବା ଦୁର୍ଘଟଣା ଜନିତ ମୃତ୍ୟୁ ଖବର ଦୈନନ୍ଦିନ ଅଞ୍ଚଳ ପାଇଁ ନିତିଦିନିଆ ଘଟଣା ହୋଇ ରହିଛି।ରବିବାର ଚିଲିଚିଲା ଗ୍ରାମର ଦାଦନ ଶ୍ରମିକ ର ମୃତ୍ୟୁ ହୋଇଥିବା ଖବର ପହଞ୍ଚିଛି।ଯାହା ଏବେ ଅଞ୍ଚଳ ରେ ଶୋକା କୁଳ ପରିବେଶ ସୃଷ୍ଟି ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଧର୍ମଗଡ ବ୍ଲକ ଚିଲିଚିଲା ଗ୍ରାମର କିଛି ଯୁବକ ଗତ କିଛି ଦିନ ତଳେ ତାମିଲନାଡୁ ରାଜ୍ୟ କାନଗେୟାମ ଥାନା ସ୍ଥିତ ଏକ ଘରୋଇ ସୁତା କମ୍ପାନୀ କୁ କାମ ପାଇଁ ଯାଇଥିବା ବେଳେ ରବିବାର ଚିଲିଚିଲା ଗ୍ରାମର ହେମନ୍ତ ନାଏକ ରାସ୍ତା ପାରି କରୁଥିବା ବେଳେ ଟିଏନ ୪୭ ଏଇ ୬୮୮୩ ନମ୍ବର ବିଶିଷ୍ଟ ଏକ କାର ଆସି ଧକ୍କା ଦେଇଥିଲା। କାର ଟି ଧକ୍କା ଦେବା ଫଳରେ ଯୁବକ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଶବ ଜବତ କରିବା ସହ ସୋମବାର ଶବ ବ୍ୟବଚ୍ଛେଦ ପରେ ମୃତକ ର ଭାଇ ଜୀବନ୍ତ ନାଏକ କୁ ଶବ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ରାତ୍ରିରେ ଶବ ଗାଁ କୁ ଫେରିବ ବୋଲି ସୂଚନା ମିଳିଛି। ତାଙ୍କର ମୃତ୍ୟୁ ରେ ସରପଞ୍ଚ ମନୋଜ କୁମାର ନାଏକ, ସମିତି ସଭ୍ୟା ଇନ୍ଦୁ ମତି ମାଝୀ, ଗାଁ ଝାଙ୍କର ତ୍ରିଭୁବନ ମାଝୀ, ଢଗ ନାଏକ, ସତ୍ୟବାନ ନାଏକ, ସୁବାଷ ଚନ୍ଦ୍ର ଧଙ୍ଗଡା ମାଝୀ, ସବ୍ୟସଚି ସାଗର, ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page