ଖମାରହଲଦି ଗ୍ରାମପଞ୍ଚାୟତ ସ୍ତରୀୟ ଡମ୍ୱ ସମାଜ ବିକାଶ ପରିଷଦର ବନ୍ଧୁ ମିଳନ

ଗୋଲାମୁଣ୍ଡା, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଲଦି ଗ୍ରାମପଞ୍ଚାୟତରେ  ଡମ୍ବ ସମାଜ ବିକାଶ ପରିଷଦର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ବହୁ ମୁଖୀ ପ୍ରତିଭା ମହାମାନବ ବାବାସାହେବ ଡ଼ଃ ,ଆମ୍ବେଦକର ଫଟୋ ଚିତ୍ରରେ ଦୀପ ପୁଷ୍ପ ପ୍ରଦାନ କରା ଯାଇଥିଲା । ପରେ ଗୋଲାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ର ସଭାପତି  ରାମ କୁମାର ସେନାପତି ସମାଜର ବିକାଶ ନିମନ୍ତେ ଅନେକ ଗୁଡ଼ିଏ କାର୍ଯ୍ୟ ଉପରେ ଆଲୋଚନା

କରିଥିଲେ ।। ସମାଜରେ ସମତା ଏକତା ଓ ସଦ ଭାବନା କିପରି ରକ୍ଷା ହୋଇ ପାରିବ ତାହା ଉପରେ  ଦୃଷ୍ଟି ଆକର୍ଷଣ କରିବା ପାଇଁ ବୁଦ୍ଧି ଯିବି ମାନେ ମଧ୍ୟ ଆଲୋକପାତ କରିଥିଲେ ।ଏହି ସମାରୋହ ରେ ଟଙ୍କଧର ତାଣ୍ଡି, ବେଣୁଧର ତାଣ୍ଡି , ନୀଳାମ୍ବର ତାଣ୍ଡି, ସୁବାଷ ନିଆଳ, ଯୁଧିଷ୍ଠିର ନିଆଳ, ବଟକୃଷ୍ଟ ତାଣ୍ଡି ପ୍ରମୁଖ ଉଦବୋଧନ ଦେଇଥିଲେ ।   ଖମାରହଲଦି ଗ୍ରାମ ପଞ୍ଚାୟତରେ ଡମ୍ବ ସମାଜ ସଭା ଗୃହ ପାଇଁ ଆଗାମୀ ଦିନରେ କିଭଳି ହୋଇ ପାରିବ ସେ ଦିଗରେ ମଧ୍ୟ ବିଶେଷ ବ୍ୟକ୍ତି ମାନେ ନିଜ ମନ୍ତ୍ୟବ୍ୟରେ ପରିପ୍ରକାଶ କରିଥିଲେ। ଏହି ମିଳନ କାର୍ଯ୍ୟକ୍ରମ ରେ  ଉମା ଶଙ୍କର ନିଆଲ,  ଭୁବନେ ନିଆଳ, ଦିବାକର ତାଣ୍ଡି, ଲକ୍ଷ୍ମଣ ନିଆଳ, ଅମରସିଂ ନିଆଲ୍ , ରତେନ୍ଦ୍ର ନିଆଲ୍, ସୁବାଷ ମହାନନ୍ଦ, ପ୍ରକାଶ ସିଂ ଓ ଯୁବ ଗୋଷ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସଭାପତି ରାମ କୁମାର ସେନାପତି ଙ୍କୁ ଲକ୍ଷ୍ମଣ ନିଆଳ ଓପଢୋକନ ଦେଇ ସମ୍ମାନୀତ କରିଥିବା ବେଳେ  ସଂପାଦକ ଜନ୍ମେଜୟ ନାଏକ ଙ୍କୁ ଟଙ୍କଧର ତାଣ୍ଡି ଓପଢୋକନ ପ୍ରଦାନ କରିଥିଲେ  । ଶେଷରେ ଯୁବ ସମାଜସେବୀ ରାମ ନିଆଳ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page