ଗଣ୍ଡାମେର ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ                             

ଧର୍ମଗଡ ୨୦/୨/ ଜନ୍ମେଜୟ ନାଏକ ଙ୍କ ରିପୋର୍ଟ:        କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଆଇସି ଡିଏସ ପ୍ରକଳ୍ପ, ଗୋଲାମୁଣ୍ଡା   ମଣ୍ଡଳ ତରଫ ରୁ  ଗଣ୍ଡାମେର ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣ ରେ  କିଶୋରୀ ବାଳିକା ଏବଂ କିଶୋର ମେଳା ଅନୁଷ୍ଠିତ ହୋଇଯାଇଛି।  ମଞ୍ଜୁଲତା ପଟ୍ଟନାୟକ  ଅଧ୍ୟକ୍ଷତା କରିଥିବା ଉତ୍ସବ ମେଳାରେ ମୁଖ୍ୟ ଅତିଥି ଭାବେ ସି ଡି ପି ଓ ଶ୍ରୀମତୀ  କେ ଉଷା ଲକ୍ଷ୍ମୀ, ସମ୍ମାନିତ ଅତିଥି ଭାବେ ଗଣ୍ଡାମେର  ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ହେମଲତା ନାଏକ, ହିମାଂଶୁ ବଗର୍ତ୍ତି, ଯୋଗଦାନ ଦେଇଥିଲେ ।  କିଶୋରୀ ବାଳିକା ଓ  କିଶୋର ବାଳକ ମାନେ ଉପସ୍ଥିତ ରହି  ବାଲ୍ୟବିବାହ ବିଷୟର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗୀତ, ନାଚ, ବକ୍ତୃତା, ଡିବେଟ , ପୁଚି ପରି ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ,ଦ୍ଵିତୀୟ,ତୃତୀୟ ସ୍ଥାନ ଅକ୍ତିଆର କରିଥିବା ବିଜେତା କିଶୋରୀ ବାଳିକା ଏବଂ କିଶୋର ବାଳକମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଗଣ୍ଡାମେର ଗ୍ରାମ ପଞ୍ଚାୟତ ଏବଂ ନକଟିକନି ଗ୍ରାମ ପଞ୍ଚାୟତ ର ସମସ୍ତ ଅଙ୍ଗନୱାଡି କର୍ମୀ ଲିପ୍ସା ନାଏକ, ମିନା ନାଗ, ସ୍ଵର୍ଣ୍ଣଲତା ଖୁରା, ସୁମିତ୍ରା ପାଏସିଂ, କଳ୍ପନା ନାଏକ, ସୁମି ମାଝୀ, କମଳା ହରିଜନ , ମାଧୁରୀ ହରିଜନ, ନିଶିକାନ୍ତି କଟା  ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ମମତା ସେକ୍ସନ ର ଅଧିକାରୀ ଶ୍ରୀଯୁକ୍ତ ଦେବକାନ୍ତ  ମେହେର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page