ଗୁଣ୍ଡୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅବ୍ୟବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ

ଭବାନୀପାଟଣା, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୁଣ୍ଡରୀ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଭିନ୍ନ ପ୍ରକାରର ଅନିୟମିତତା ହୋଇଥିବା ନେଇ ସରପଞ୍ଚ, ବିଦ୍ୟାଳୟ ପରିଚାଳନା କମିଟି ପ୍ରମୂଖ ଜିଲାପାଳଙ୍କୁ ଅଭିଯୋଗ କରିବାର ଦୁଇ ମାସରୁ ଉର୍ଦ୍ଧ ହୋଇଥିଲେ ବି ଜିଲ୍ଲାପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆ ଯାଉ ନଥିବାରୁ ଅଞ୍ଚଳର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ ଚଳିତ ଶିକ୍ଷା ବର୍ଷକୁ 2024-25 ରେ ପ୍ରତି ଛାତ୍ର ପିଛା ଗଣ ବେଶ ବାବଦକୁ 1 ହାଜର ଟଙ୍କା ହିସାବରେ 270 ଜଣ ଛାତ୍ର ଛାତ୍ରୀ ମାନଙ୍କ ପାଇଁ 2 ଲକ୍ଷ 70 ହଜାର ଟଙ୍କା ସରକାରଙ୍କ ତରଫରୁ ପ୍ରଧାନ ଶିକ୍ଷକ ଙ୍କୁ ହସ୍ତଗତ ହୋଇଛି। ପ୍ରଧାନ ଶିକ୍ଷକ ଙ୍କୁ ହସ୍ତଗତ ପରେ ବିଦ୍ୟାଳୟ ପରିଚାଳନାର ରେଜୁଲେସନ କରାଯାଇ ପୋଷାକ ବଣ୍ଟନ ବ୍ୟବସ୍ଥା ଥିଲେ ବି କମିଟି ର ସହମତି ନ ନେଇ ପ୍ରଧାନ ଶିକ୍ଷକ ମନମୁଖୀ ଭାବେ ପୋଷାକ କ୍ରୟ କରି 160 ଜଣ ପିଲାଙ୍କ ପୋଷାକ ବଣ୍ଟନ କରିଛନ୍ତି। ଅବଶିଷ୍ଟ ଛାତ୍ରଛାତ୍ରୀ ଙ୍କ ପୋଷାକ ବାବଦ ଅର୍ଥ ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି।ବିଦ୍ୟାଳୟର ଉନ୍ନତି ପାଇ ଆସୁଥିବା ଅନୁଦାନ ସରପଞ୍ଚ, ସ୍ଥାନୀୟ ଲୋକ ପ୍ରତିନିଧି, ବିଦ୍ୟାଳୟ ପରିଚାଳନା କମିଟି କୁ ନ ଜଣାଇ ସମସ୍ତ ଅର୍ଥ ଖର୍ଚ୍ଚ କରାଯାଇଛି। ପ୍ରତିଦିନ ବିଦ୍ୟାଳୟ ଛାତ୍ର ଉପସ୍ଥାନ ଯାହା ଥାଏ। ତାର ଦୁଇ ଗୁଣ ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ମେସେଜ୍ ପଠାଯାଇ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷକ ବିଦ୍ୟାଳୟ କୁ ଠିକ୍ ସମୟରେ ଆସନ୍ତି ନାହିଁ ପ୍ରତି ସୋମବାର ବିଦ୍ୟାଳୟ ରେ ଅନୁପସ୍ଥିତ ରହନ୍ତି ବୋଲି ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଶିକ୍ଷା ବିଭାଗ ତରଫରୁ କୌଣସି କାର୍ଯାନୁଷ୍ଠାନ ବଦଳ ରେ ପ୍ରଧାନ ଶିକ୍ଷକଙ୍କୁ ଘଣ୍ଟ ଘୋଡାଇ ଥିବା ଅଭିଯୋଗ ହୋଇଛି।ବିଦ୍ୟାଳୟର ସମସ୍ଯାର ସମାଧାନ ସହ ପ୍ରଧାନ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରି ନୁତନ ପ୍ରଧାନ ଶିକ୍ଷକ ଙ୍କୁ ନିଯୁକ୍ତି ଦେବା ପାଇଁ ଦାବୀ କରିଥିଲେ । ଦାବୀ କରିବାର ଦୁଇ ମାସରୁ ଉର୍ଦ୍ଧ ହୋଇଥିଲେ ବି କୌଣସି ସମାଧାନ ହୋଇ ପାରି ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page