ଗୋଡ଼ଭଞ୍ଜା ବିଦେଶୀ ମଦ କୋଠିରେ ଧର୍ମଗଡ ପୋଲିସର ଚଢ଼ାଓ, ଜଣେ କୋର୍ଟ ଚାଲାଣ

କଳାହାଣ୍ଡି, ୨୮|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନୂତନ ଭାବେ ଧର୍ମଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାହରସ ଯୋଗ ଦେବା ପରେ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେନିୟମ ଭାବେ ମଦ ମାଫିଆ ଓ ବେପାରୀ ଉପରେ ଚଢ଼ାଉ ଜାରି ରଖିଛନ୍ତି। ଗତ କିଛି ଦିନ ତଳେ ଚିଲିଚିଲା ସ୍ଥିତ ଏକ ଢ଼ାବା ରେ ଚଢ଼ାଉ କରିବା ସହ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଠିକ ତାର ୨ଦିନ ପରେ ତଥା ରବିବାର ରାତ୍ରିରେ ଧର୍ମଗଡ଼ ଥାନା ଅଧିନ ଗୋଡ଼ଭଞ୍ଜା ଗ୍ରାମ ରେ ଜଣେ ବେନିୟମ ଭାବେ ବିଦେଶୀ ମଦ କାରବାର କରୁଥିବା ମଦ କୋଠି ଉପରେ ଚଢ଼ାଉ କରି ଜଣକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜନକ ହେଲେ ଗୋଡ଼ଭଞ୍ଜ। ଗ୍ରାମର ଗୋପାଳ ମେହେର । ଢ଼ାବାରୁ ବିଭିନ୍ନ ବ୍ରାଣ୍ଡ ର ୨୦୧ଲିଟର ବିଦେଶୀ ମଦ ପୋଲିସ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରିଥିବା ସୂଚନା ମିଳିଛି।ଏନେଇ ଧର୍ମଗଡ ଥାନା ରେ କେଶ ନଂ ୧୨୪/୨୫ ଅବକାରୀ ଆଇନ ଅନୁଯାୟୀ ଗୋପାଳ ମେହେର ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।ତେବେ ଧର୍ମଗଡ଼ ଥାନା ରେ ଶ୍ରୀ କୋଲାହରସ ଯୋଗ ଦେବା ପରେ ବେନିୟମ ମଦ ବେପାରୀ ଙ୍କ ଭିତରେ ଛନକା ପସିଛି। ଧର୍ମଗଡ ଥାନା ଅଞ୍ଚଳ ରେ ପ୍ରଥମ ଥର ପାଇଁ ଏତେ ପରିମାଣ ର ମଦ ଜବତ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଞ୍ଚଳ ରେ ଦିନ କୁ ଦିନ ବେନିୟମ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଥାନା ଅଧିକାରୀ ଙ୍କ ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରସଂସା କରାଯାଉଛି।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page