ଗ୍ୟାଙ୍ଗୱାରକୁ ନେଇ ଝାରପଡ଼ା ଜେଲରେ ରେଡ୍‌; ମିଳିଲା ଗଞ୍ଜେଇ, ଚିଲମ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ କରାଯାଇଛି। ଜେଲ ଭିତରେ ଗ୍ୟାଙ୍ଗ ୱାରକୁ ନେଇ କରାଯାଇଥିଲା ଚଢ଼ାଉ । ଡିସିପିଙ୍କ ନେତୃତ୍ୱରେ ରେଡ୍ ହୋଇଥିବା ସୂଚନା ମିଳିଛି। ଜେଲର ପ୍ରତ୍ୟେକ ସେଲରେ ସ୍ପେଶାଲ ଟିମ୍ ଦ୍ୱାରା କରାଯାଇଛି ରେଡ୍ । ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି। ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କରାଯାଇଛି। ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳ ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ। ରେଡ୍ ନେଇ ଡିସିପି କହିଛନ୍ତି, ଜେଲରୁ ବିଶେଷ କିଛି ଆପତ୍ତିଜନକ ସାମଗ୍ରୀ ମିଳିନାହିଁ। କମନ୍ ଏରିଆରୁ କିଛି ଗଂଜେଇ, ବିଡ଼ି, ସିଗାରେଟ ଓ ଲାଇଟର୍ ମିଳିଛି। କେମିତି ଏପରି ସାମଗ୍ରୀ ଜେଲ ଭିତରକୁ ନ ଆସିବ, ସେଥିପାଇଁ ଜେଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି। ତେବେ ଆଗକୁ ନିର୍ବାଚନ ମାହୋଲ ଆସୁଥିବାରୁ ଏହାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ନଜର ରଖାଯାଇଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News