ଚକରଇଷ୍ଟିଚ୍ବୁଟ ଅଫ ଯୋଗତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ

ବାଳକାଟି: ସକାଳ ୮ଟା୧୫ମିନିଟ୍ ସମୟରେ ଅନଲାଇ ଏବଂ ଅଫଲାଇନ ମାଧ୍ଯମରେ ଚକରଇଷ୍ଟିଚ୍ବୁଟ ଅଫ ଯୋଗ ଟ୍ରଷ୍ଟ ତରଫରୁ ୧ମ ତମ ବିଶ୍ବ ଧ୍ଯାନ ଦିବସ ପାଳିତ ହୋଇଯାଇଛି | ଏଥିରେ ଟ୍ରଷ୍ଟର ସମ୍ପାଦକ ତଥା ଯୋଗଏବଂ ପ୍ରାକୂତିକ ଚିକିତ୍ସକ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ବିଶ୍ବ ଧ୍ଯ୍ଯାନ ଦିବସଟିକୁ ଅନଲାଇନ ଜରୀଆରେ ଭଦ୍ରକରୁ ହିମାଂଶୁ ଶେଖର ରାଉତ,ମତୋରୁ ସୁବ୍ରବତ ସାହୁ,ନିଆଳିରୁ ସୁନିତା ଲେଙ୍କା ଏବଂ ବାଲେଶ୍ବରରୁ ସୁଶ୍ରୀଦିବ୍ଯଜ୍ଯୋତି ପରିଡା ଉପସ୍ଥିତ ରହି ଧ୍ଯ୍ଯାନ ବିଷୟରେ ବୁଝିବାପରେ ୧ଘଣ୍ଚା୩୨ମିନିଟ୍ ପର୍ଯ୍ଯନ୍ତ ଧ୍ଯ୍ଯାନ ଅଭ୍ଯାସ କରିଥିଲେ | ପ୍ରଥମେ ଡକ୍ଟର ଦୀପକ ରଞ୍ଜନ ବେହେରା ବୁଝାଇଥିଲେ ଯେ ଅଷ୍ଟାଙ୍ଗ ଯୋଗରେ ୭ମ ସ୍ଥିତିରେ ଥିବା ଧ୍ଯ୍ଯାନ ଅଟେ |
ଧ୍ଯ୍ଯାନ ହେଉଛି ଅପରିବର୍ତ୍ତିତ ଓ ଦୀର୍ଘ ଧାରଣା ହିଁ ଧାନ ଅଟେ | ଅଖଣ୍ଡ ଭାବେ ଧାରଣାକଲେ ତାହା ଧାନରେ ରୂପାନ୍ତରିତ ହୁଏ | ଧାନ ଦ୍ବାରା ଆମକୁ କି ଉପକାର ମିଳେ ? ୧. ସ୍ମୃତିଶକ୍ତି ବଢ଼ିଥାଏ । ୨. ଅଶାନ୍ତି, ଦୁଃଖ, ଉତ୍ତେଜନା ଅବସାଦ। ଶୃଙ୍ଖଳା ଓ ବିକଶିତ ହୋଇଥାଏ | ୩. ଶୃଙ୍ଖଳା ଓ ସଦାଚାର ବିକଶିତ ହୁଏ । ୪. ମନ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହୋଇଥାଏ | ୫. ଭାବନା ଶୁଦ୍ଧ ହୁଏ । ୬. ସକାରାତ୍ମକ ଚିନ୍ତା ଜାଗ୍ରତ କରେ । ୭. ଅନୁର୍ନିହିତ ଶକ୍ତି ବୃଦ୍ଧି ପାଏ I ୮. ମାନସିକ କ୍ରିୟା ପ୍ରକ୍ରିୟା ସଂଚାରିତ ଦୂରୀଭୂତ ହୁଏ । ୯. ଆତ୍ମଚର୍ଚ୍ଚା, ଅହଂକାର ଦୂରୀଭୂତ ହୁଏ | ୧୦. ଆଚରଣ ଶୃଙ୍ଖଳିତ ହୁଏ । ଏବଂ ମନୋବଳ ବୃଦ୍ଧି ପାଏ । ଧ୍ୟାନ ଦ୍ବାରା ଆମକୁ ଅନେକ ଉପକାର ମିଳେ | ଧ୍ଯାନ -ଯୋଗାସନ ଚାରି ପ୍ରକାର ହୋଇଥାଏ । ଯଥା- ଆସନ, ପ୍ରାଣାୟାମ, ଧାନ ଏବଂ ସୂର୍ଯ୍ୟ ନମସ୍କାର । ଧାନ ଶବ୍ଦର ଉତ୍ପତ୍ତି ସଂସ୍କୃତ ଶବ୍ଦ ‘ଧେୟ’ ଧାତୁରୁ ହୋଇଛି । ଯାହାର ଅର୍ଥ ହେଉଛି ଚିନ୍ତନ, ମନନ ବା ବିଚାର କରିବା। ୧. ଧ୍ଯାନ- ଏହି ଆସନରେ ସର୍ବ ପ୍ରଥମେ ପଦ୍ମାସନ ମୁଦ୍ରାରେ ବସନ୍ତୁ । ଦୁଇ ହାତକୁ ଜ୍ଞାନ ମୁଦ୍ରାରେ ରଖନ୍ତୁ । ଆଖି ବନ୍ଦ ରଖନ୍ତୁ । ବେକ ଏବଂ କମରକୁ ବିଲକୁଲ ସିଧା ରଖନ୍ତୁ । ଚିତ୍ତ ଶାନ୍ତ ରଖନ୍ତୁ ଏବଂ ଶ୍ବାସ, ପ୍ରଶ୍ଵାସ ଏବଂ ପ୍ରଶ୍ନସନ ଆସନରେ ବସି ଯାଆନ୍ତୁ । ୨. ଓଁ ମନ୍ତ୍ର ଧ୍ୟାନ ବିଧି- ଓଁ ମନ୍ତ୍ର ଧ୍ୟାନ କରିବା ପାଇଁ ପଦ୍ମାସନ ଏବଂ ସୁଖାସନରେ ବସି ଯାଆନ୍ତୁ । ଆଖି ବନ୍ଦ ଏବଂ ଦୁଇ ହାତକୁ ଜ୍ଞାନ ମୁଦ୍ରାରେ ରଖନ୍ତୁ । କମର ଏବଂ ବେକ ବିଲକୁଲ ସିଧା ରଖନ୍ତୁ । ମୁହଁରେ ଶାନ୍ତ ଭାବ ଏବଂ ମନ ସ୍ଥିର ହେବା ଉଚିତ। ଶରୀରର ସବୁ ମାଂସପେଶୀକୁ ଜିଲା ରଖନ୍ତୁ। ଶରୀରରେ କୌଣସି ଅନାବଶ୍ୟକ ହରକତ କରନ୍ତୁ ନାହିଁ । ତା ପରେ ଲମ୍ବା ନିଃଶ୍ବାସ ଭିତରକୁ ନେଇ ଓଁ ର ଲମ୍ବା ଉଚ୍ଚାରଣ। ମଝିରେ ରହିବେ ନାହିଁ । ନିଜର ପୂରା ଧ୍ୟାନ ଉଚ୍ଚାରଣ ଉପରେ ହିଁ ରଖନ୍ତୁ । ଆରମ୍ଭରେ ଏହି ଅଭ୍ୟାସ ପାଞ୍ଚ ମିନିଟ୍ ପାଇଁ କରନ୍ତୁ । ତା ପରେ ସମୟ ବଢେଇ ୨୦ ରୁ ୨୫ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ। ଲାଭ- ଉଚ୍ଚ ରକ୍ତଚାପ, ମାନସିକ ଅଶାନ୍ତି, କୋଷ୍ଠକାଠିନ୍ୟ, ଗ୍ୟାସ, ଅଜୀର୍ଣ୍ଣ, ହୃଦ୍ ରୋଗ, ପାଗଳପଣ, ଏକାକୀପଣ ଏବଂ କ୍ରୋଧକୁ କମ କରେ। ଖନେଇ କଥା କହୁଥିବା ଲୋକ ଏହାକୁ ଅଭ୍ୟାସ କଲେ ମଧ୍ୟ ଠିକ୍ ହୋଇଯାଏ। ଏଥିରେ ଧାନରୁ ବିଚାରକୁ ରୋକି ମସ୍ତିଷ୍କକୁ ପୂରା ବିଶ୍ରାମ ଦିଆଯାଏ । ଏଥିରେ ଖାଲି ସଂସାର ନୁହେଁ ଆତ୍ମ ସାକ୍ଷାତକାର ମଧ୍ଯ ହୋଇଥାଏ ଏବଂ ଜ୍ଞାନ ଉଦୟ ହୋଇଥାଏ। ଓଁ ମନ୍ତ୍ରର ଲୟବଦ୍ଧତା ଆପଣଙ୍କର ଅଲୌକିକ ଆଭାମଣ୍ଡଳକୁ ବିକସିତ କରିଥାଏ । ଓଁ ହେଉଛି ପରମ ପିତା ପରମେଶ୍ଵରଙ୍କ ସର୍ବୋତ୍ତମ ନାମ। ଏହି ଉଚ୍ଚାରଣରେ ଆମେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ଵରଙ୍କୁ ଆହ୍ଵାନ କରିଥାନ୍ତି ଏବଂ ସେମାନଙ୍କର ଗୁଣକୁ ନିଜ ଭିତରେ ଧାରଣ କରିଥାନ୍ତି । ଆମେ ବର୍ତ୍ତମାନରେ ଜୀଇଁବାକୁ ଲାଗନ୍ତି । ଆଖି ବନ୍ଦ କରି ଦୁଇ ହାତକୁ ଜ୍ଞାନ ମୁଦ୍ରାରେ ରଖନ୍ତୁ । ମନେମନେ ଅନାହଦ ନାଦକୁ ଶୁଣିବାକୁ ଚେଷ୍ଟା କରନ୍ତୁ। ୩. ଗୁଞ୍ଜନ ଧ୍ୟାନ- ଏହି ଧାନକୁ ଅଭ୍ୟାସ କରିବା ପାଇଁ ସୁଖାସନ କିମ୍ବା ପଦ୍ମାସନରେ ବସିଯାଆନ୍ତୁ। ଆଖି ବନ୍ଦ କରନ୍ତୁ ଏବଂ ହାତକୁ ଜ୍ଞାନ ମୁଦ୍ରାରେ ରଖନ୍ତୁ ଏବଂ ଗଭୀର ନିଃଶ୍ବାସ ନେଇ ଓଁ ର ଉଚ୍ଚାରଣ କରନ୍ତୁ । ଓଁ ଉଚ୍ଚାରଣ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଏହି ଅଭ୍ୟାସ ପ୍ରତିଦିନ ଅତି କମରେ ୧୦ ମିନିଟ୍ କରନ୍ତୁ । ଲାଭ- ଏହି ଧାନରେ ଯେତେବେଳେ ଓଁ ଉଚ୍ଚାରଣ ହୁଏ, ମସ୍ତିଷ୍କରେ ସୁପ୍ତ ଶକ୍ତି ଜାଗ୍ରତ ହୋଇଥାଏ। ମନ୍ତ୍ର ଉଚ୍ଚାରଣରେ ବା ଏହି ସ୍ଵର କଣ୍ଠରୁ ଉଚ୍ଚାରଣ ହେବା ଦ୍ଵାରା ଏହାର ପ୍ରଭାବ ହୃଦୟ ଉପରେ ପଡେ ଫଳରେ ରକ୍ତ ଶୁଦ୍ଧ ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ବଢିଥାଏ। ଏହାକୁ ଅଭ୍ୟାସ କରିବା ଦ୍ଵାରା ଘୁଙ୍ଗୁଡି, ଦମା ଏବଂ କାଶ ଦୂର ହୋଇଥାଏ। ଏହି ଅଭ୍ୟାସ ଛାତି ଏବଂ ଗଳାକୁ ପୁଷ୍ଟ କରେ । ଓଁ ଧ୍ୟାନର ଦିବ୍ୟ ଗୁଣ କର୍ମ ସ୍ଵଭାବକୁ ଆନନ୍ଦମୟ କୋଷ, ବିଜ୍ଞାନମୟ କୋଷ, ମନୋମୟ କୋଷ, ପ୍ରାଣମୟ କୋଷରେ ଧାରଣ କରିବା ଦ୍ବାରା ଶରୀର ଜ୍ଞାନ ସ୍ଵରୂପ ବ୍ରହ୍ମ ସହିତ ମିଳିତ ହୁଏ। ପରେପରେ ସମସ୍ତଙ୍କୁ ଧନ୍ଯବାଦ ଜଣାଇ କାର୍ଯ୍ଯକ୍ରମକୁ ବିରାମ ଦିଆଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News