ଚନ୍ଦକାରେ ମହିମା ଆଶ୍ରମର ବାର୍ଷିକ ଉତ୍ସବ

ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟ ଙ୍କ ଆଦେଶ ଅନୁ ଯାଇ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବା ଓ ସାଧୁ ମଧୁସୂଦନ ଦାସ ଙ୍କ ତତ୍ତ୍ୱଵଧାନରେ ରେ ବ୍ରହ୍ମମୁହୂର୍ତ୍ତ ସମୟ ରେ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇ ଥିଲା ଓ ତତ ସହିତ ସନ୍ଧ୍ୟା ସମୟ ରେ ପ୍ରବଚନ ଓ ଭଜନ କୀର୍ତନ ଆଦି ମାଙ୍ଗଳୀକ କାର୍ଯ୍ୟକ୍ରମ କରାଯାଇ ଥିଲା ଏହି ସ୍ଥାନ ଟି ମହିମା ଅଲେଖ ଧ୍ଵନି ରେ କମ୍ପି ଉଠିଥିଲା l ବିଶ୍ୱ ଶାନ୍ତି, ମୈତ୍ରୀ ସହ ଏକ ଧର୍ମୀୟ ବାତାବରଣ ସୃଷ୍ଟି ହେବା ସହିତ ଜଗତ ମଙ୍ଗଳପାଇଁ ପ୍ରାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହିମା ଧର୍ମ ର ପର ସନ୍ୟାସୀ ଓ ଅପର ସନ୍ୟାସୀ ସହିତ ଭକ୍ତ ଓ ଧର୍ମ ପ୍ରେମୀ ବ୍ୟକ୍ତି ମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ଟିକୁ ଭକ୍ତ ଜନାର୍ଦନ ମଙ୍ଗରାଜଙ୍କ ସହିତ ଚନ୍ଦକା ଗ୍ରାମ ବାସି ମାନେ ସୁଚାରୁରୂପେ ପରିଚାଳନା କରି ଥିଲେ ବୋଲି ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ଦର୍ଶାଇ ଥିଲେ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page