ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ

ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ ।

ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା’ ଭଗବତୀଙ୍କ ଚ଼ାଚ଼େରୀଖିଆ ଏକ ନିଆରାପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା’ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ ଛଅ ବ୍ରାହ୍ମଣ ଶାସନରୁ ଅଚ୍ୟୁତ ରାଜପୁର ,ଶ୍ରୀନିବାସପୁର, ତୁଳସୀଦେଇପୁରରେ ଚ଼ାଚ଼େରୀରେ ଖେଚେଡ଼ି ଖିରି ମାଛମହୁର ମାଛ ଭଜା ସହିତ ପିଠାପଣା, ଫେଣିଶାକର, ଫଳ ମୂଳ ଆଦି ନୈବେଦ୍ୟ ପ୍ରସ୍ତୁତ କରି ନିଜ ଦୁଆରେ ବାଢି ଦିଅନ୍ତି ପ୍ରତିଟି ବ୍ରହ୍ମଣ ପରିବାର । ମା’ଙ୍କୁ ପାଛୋଟି ନେଇ ଦୁଆରେ ସ୍ଵତନ୍ତ୍ର ଭାବରେ ତିଆରୀ ହୋଇଥିବା ବେଦୀରେ ପାହାଡ଼ା ପକାଇବସାଯାଏ। ପଞ୍ଚ ଉପଚ଼ାରରେ ନୈବେଦ୍ୟ ଅର୍ପଣ ପରେ ମା’ ଅନ୍ୟ ଦୁଆରକୁ ଯାଆନ୍ତି । ଏହିପରି ତିନି ଶାସନର ଚ଼ାଚ଼େରୀ ଖିଆ ପରେ ମା’କାଠି ଠାକୁରାଣୀଙ୍କୁ କାଠିନାୟକ(କାଠି ଠାକୁରାଣିଙ୍କୁ ଯେଉଁ ସେବାୟତ କୋଳରେ ଧରିଭ୍ରମଣି କରନ୍ତି) ଙ୍କ ଦୁଆରେ ଗଜାମୁଆଁ ଲାଗିହେଲାପରେ ବାପଘର ପୂଜକ ସାଆନ୍ତଙ୍କ ଦୁଆରେ ଶଙ୍କୁଡ଼ି ଭୋଗ ଲାଗି ହୁଏ । ଏଠାରେ ମା’ଙ୍କ ସହିତ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ, ଶ୍ରୀଗୋପୀନାଥ ଦେବ , ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବ ବିଜେ ବାଲୁଗାଁଙ୍କ ସହିତ ଆଠଶାସନର ଆରାଧ୍ଯଠାକୁର ଶ୍ରୀଶ୍ରୀରଙ୍କ ନାଥ ଦେବ ମିଳିତ ଭାବରେ ପ୍ରତି ପୂଜକଙ୍କ ଦ୍ୱାରେ ଉଭା ହୋଇ ଏକ ସମୟରେ ଚାଚେରୀ ଖିଆ କରନ୍ତି । ଏଠାରେ ମା’ ଭଗବତୀଙ୍କୁ ଆମିଷ ଓ ଅନ୍ୟ ଦେବମାନଙ୍କୁ ନିରାମିଷ ବ୍ୟଞ୍ଜନ ତୁଳସି ଓ ବେଲ ପତ୍ର ପଡ଼ି ଧୁପ ହୁଏ । ଲୋକକଥା ଅନୁସାରେ ପ୍ରଥମ ପୂଜକ ନିରଞ୍ଜନ ମହାପାତ୍ରଙ୍କ ଘରକୁ ମା’ଙ୍କ ବାପ ଘର ବୋଲି ବିଶ୍ୱାସ ଅଛି ସେଠାରେ ମା’ଙ୍କୁ ଦହିପଖାଳ ମାଛଗୁଣ୍ଡି ଭଜା ସହିତ ଖିରି ଖେଚଡ଼ି ମାଛ ମହୁର ସାଙ୍ଗକୁ ମାଛ ବେସର ଆମ୍ବିଳ ପିଠାପଣା ଇତ୍ୟାଦିପରସାଯାଏ। ପଞ୍ଚ ଉପଚାରରେ ଧୂପବଡ଼ିକା ପରେ ଧୂପ ଆଳତି ହୋଇ ମା’ବାପଘରୁ ଶାଢ଼ିଚୁଡ଼ି ଭାରଥୁର ନେଇ ଅନ୍ୟ ପୂଜକଙ୍କ ଦୁଆରକୁଯାଆନ୍ତି। ସମସ୍ଥ ପୂଜକ ସାଆନ୍ତଙ୍କ ଦୁଆରେ ଚ଼ାଚେରୀ ଖିଆପରେ ଅଗିରା ଗୋହିରୀକୁ ବିଜେ କରି ରାଜାଗ୍ନିପରେ ମନ୍ଦିରକୁ ଫେରି ବଡ଼ସିଂହାର ବେଶରେ କାନ୍ତିକା କରା ଦହି ପଖାଳ ଧୁପ ହୋଇ ପହଡ଼ ଯିବେ। ଚଳିତ ବୈଶାଖ ଚନ୍ଦନଯାତ୍ରାରେ ଅନ୍ୟ ତିନି ଶାସନ ଗୋପାଳପୁର,କୋଟ ବିଦ୍ୟାଧରପୁର,ଓ ପାଟପୁରକୁ ଯାତ୍ରା କରି ମାଜଣା ପୋଖରୀରେ ଜଳକ୍ରୀଡ଼ା କରି ପନ୍ତି ଭୋଗ ଖାଇବାର ପରମ୍ପରା ଶକ୍ତିପୀଠର ବାରମାସର ତେର ଯାତ୍ରାରୁ ଅନ୍ୟତମ ଯାତ୍ରା ଭାବରେ ପ୍ରସିଦ୍ଧିଲାଭ କରିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page