ଭବାନୀପାଟଣା: ଭବାନୀପାଟଣା ବ୍ଲକ ସଦର ଅନ୍ତର୍ଗତ ଛେଲିଆମାଲ ଗ୍ରାମ ଠାରେ ।୧୫/୦୮/୨୦୦୪ରେ ଗ୍ରାମରେ, ମାଝୀ ପଡା ଠାରେ ୧୩ ଜଣ ମହିଳାଙ୍କ ନିଜସ୍ୱ ଉଦ୍ୟମ ସହ ଆଙ୍ଗନୟାଡି ଦିଦିଙ୍କ ସାହାଯ୍ୟ ପାଇ ଗଢି ଉଠିଥିଲା ଏ ମାଁ ତାରିଣୀ ମହିଳା ମଣ୍ଡଳ ସ୍ୱୟ ସହାୟକ ଗୋଷ୍ଠୀ ।ଟଙ୍କିଆ ଧୂପ ପ୍ୟାକେଟ ରୁ ବ୍ୟବସାୟ ଆରମ୍ଭ ହୋଇଥିଲା। ମ, ରାମପୁର ରୁ ଧୂପ କିଣି ବିକ୍ରିକରିଥିଲେ ପରେ ପରେ ନିଜର ଆପ୍ରାଣ ଉଦ୍ୟମରେ ମାଛଚାଷ,

ଛତୁ ଚାଷ, ଝାଡୁ, ବଡି ତିଆରି କରିବା ସହିତ ମାଣ୍ଡିଆ ପେକେଟ ବିକ୍ରି ସହ ପାଖ ବଜାରରେ ଖାଇବା ଜିନିଷ ତିଆରି କରି ବିକ୍ରି କରୁଥିବା ସୂଚନା ଅଛି। ଏପରି ଭଲକାମ କରିଥିବାରୁ ଜିଲ୍ଲା ସହିତ ରାଜ୍ୟରେ ମଧ୍ୟ ଏ ଗୋଷ୍ଠୀ ସଂ ନିତ ହୋଇ ଅଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବତନ ଜିଲ୍ଲାପାଳ ପା଼ଅନେଷ୍ୟା ରେଡ୍ଡି ମାଛ ଚାଷ ସମୟରେ ଆସି ତାଙ୍କ କାଯ୍ୟ କଳାପ ଦେଖି ଭୁୟସୀ ପ୍ରଶସାଂ କରିଥିଲେ ଏ ଗୋଷ୍ଟି କେବଳ ନିଜର ଉନ୍ନତି ଯେ କରୁଛନ୍ତି ତାହା ନୁହେଁ, ଗ୍ରାମରେ ହେଉଥିବା ଯାନୀଯାତ୍ରାରେ ଅବା ସାମାଜିକ କାର୍ଯ୍ୟକ୍ରମରେ ଅଶ୍ଂଗ୍ରହଣ

କରି ସହଯୋଗର ହାତ ବଢ଼ାଉଛନ୍ତି, ଏପରିକି କୋଭିଡ -୧୯ ସମୟରେ ଗ୍ରାମକୁ ସଚେତନ କରାଇବା ସହିତ ପ୍ରୋତେକ ଘରକୁ ମାକ୍ସ, ସାବୁନ ଓ ଖାଇବା ଜିନିଷ ବଣ୍ଟନ କରିଛନ୍ତି ।ଏ ଗୋଷ୍ଠୀରେ ଜୟନ୍ତୀ ମାଝୀ ସଭାନେତ୍ରୀ ଅଛନ୍ତି କୋଭିଡ-୧୯ ସମୟରେ ଏ ଗୋଷ୍ଠୀ ୧୦,୦୦୦ ଟଙ୍କା ଜିଲ୍ଲା ପାଳ ଫଣ୍ଡକୁ ପ୍ରଦାନ କରି ଚର୍ଚ୍ଚା ର ବିଷୟ ହୋଇଥିଲେ 😐
ଭବାନୀ ପାଟଣା ରୁ ମାନସ କୁମାର ନାଏକ