ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଅବକାରୀ ସ୍ବତନ୍ତ୍ର ସ୍ମାର୍ଡ ଗୋଛପଡ଼ା ଥାନା ଅନ୍ତର୍ଗତ କଞ୍ଜାମାଇ ଗ୍ରାମ ନିକଟରେ ଥ‌ିବା ଜଙ୍ଗଲରେ ଚଢ଼ାଉ କରିଛନ୍ତି । ଚଢାଉ କରି ଜଙ୍ଗଲରେ ରଖା ଯାଇଥିବା ୩୪ଟି ଗଞ୍ଜେଇ ଭର୍ତ୍ତି ଜରି ଅଖା ବସ୍ତା ଜବତ କରିଛନ୍ତି । ଏହି ୩୪ ବସ୍ତାରୁ ୮ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ ୮୫ ଲକ୍ଷ୍ୟ ଟଙ୍କା ଗଞ୍ଜେଇର ମୂଲ୍ୟ ଥିବା ଜଣା ପଡ଼ିଛି ।ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଅବକାରୀ ସ୍ବତନ୍ତ୍ର ସ୍ମାର୍ଡ ଟିମ୍ ଗୋଛାପଡା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବର ପାଇ ଅବକାରୀ ଅଧିକ୍ଷକ ସୁଶାନୁ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ସ୍ବତନ୍ତ୍ର ଟିମ୍‌ର ଇନସ୍ପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ବାଲିଗୁଡା ଅବକାରୀ ଟିମ୍ ସହ ଏକ ୨୦ ଜଣିଆ ଟିମ୍ ଜଙ୍ଗଲରେ ଚଢ଼ାଉ କରିଥିଲେ । ଚଢାଉ କରି ଜଙ୍ଗଲ ମଧ୍ୟରେ ଡାଳ ଘୋଡାଇ ବିକ୍ରି ପାଇଁ ରଖା ଯାଇଥିବା ସମସ୍ତ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍ । ଜଙ୍ଗଲରୁ ମୋଟ ୩୪ଟି ଜରି ଅଖା ବସ୍ତା ଜବତ ହୋଇଛି । ଯେଉଁଥିରେ ୮ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ରହିଥ‌ିବା ସୂଚନା ମିଳିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page