ଜାଳେଣିର ବିକଳ୍ପ ପାଲଟିଛି ଗୋବରବୋଳା ବାଡ଼ି

କଳାହାଣ୍ଡି,୨୩|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):ଦିନକୁ ଦିନ ରନ୍ଧନ ଗ୍ୟାସ ଦର ବୃଦ୍ଧି ପାଉଥିବା ଏବଂ ମଧ୍ୟ ପ୍ରାଚ୍ୟାରେ ଯୁଦ୍ଧ ଚାଲିଥିବା ବେଳେ ରନ୍ଧନ ଗ୍ୟାସ ସଙ୍କଟ ଦେଖାଦେଇଛି। ଦେଶରେ ଆବଶ୍ୟକ ପରିମାଣରେ ଗ୍ୟାସ ବର୍ତ୍ତମାନ ସ୍ଥିତିରେ ଉପଲବ୍ଧ ହୋଇପାରୁ ନାହିଁ। ଯାହା ଫଳରେ ରନ୍ଧନ ଗ୍ୟାସ କଳାବଜାରୀ ହେଉଥିବା ଦେଖିବାକୁ ମିଳୁଛି। ଜଙ୍ଗଲ ସରି ସରି ଆସୁଥିବାରୁ ଜାଳେଣି କାଠ ଦୀର୍ଘ ଦିନରୁ ଅଭାବ ରହିଛି। ପାଞ୍ଚ ଦିନର କାଠ ପାଇଁ ଗ୍ରାମାଞ୍ଚଳ ମହିଳା ମାଇଲ ମାଇଲ ଦୂର ବାଟରେ ଥିବା ଜଙ୍ଗଲକୁ ଚାଲି ଚାଲି ଯିବାକୁ ପଡୁଛି। ଉଜ୍ଜ୍ବଲା ଯୋଜନାରେ ଗରିବ ମହିଳାଙ୍କୁ ସାମିଲ କରି ରିହାତି ଦରରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି। କିନ୍ତୁ ପରିବାରର ଆର୍ଥିକ ସ୍ଵଚ୍ଛଳତା ନଥିବାରୁ କଳାହାଣ୍ଡି ଜ଼ିଲ୍ଲା ଗ୍ରାମାଞ୍ଚଳ ମହିଳା ରନ୍ଧନ ଗ୍ୟାସ ପରିବର୍ତ୍ତେ କାଠ ଓ ଗୋବର ଘଷି ଯୋଗାଡ କରି ଦୈନଦିନ ରୋଷେଇ ପ୍ରସ୍ତୁତ କରୁଛନ୍ତି। ଆଗଭଳି ପାଖ ଜଙ୍ଗଲରେ ଶୁଖିଲା କାଠ ମିଳୁନାହିଁ। ଜାଳେଣି ପାଇଁ କିଛି ଖର୍ଚ୍ଚ କରିବାକୁ ପଡେ ନାହିଁ। କେବଳ ପରିଶ୍ରମ କଲେ ରାନ୍ଧିବା ଊର୍ଜା ବ୍ୟବସ୍ଥା ହୋଇପାରୁଛି। ମକା ଅମଳ ପରେ ଜମିରେ ପଡ଼ି ରହୁଥିବା ଶୁଖିଲା ମକା ଗଛ ନଡାକୁ ସଂଗ୍ରହ କରି ଘରକୁ ଆଣି ଗୋବର ଓ କୁଣ୍ଡା ମିଶ୍ରଣ କରି ଜାଳେଣୀ ପ୍ରସ୍ତୁତ କରୁଛନ୍ତି। କିଛି ଦିନ ଶୁଖିବା ପରେ ବ୍ୟବହାର କରୁଛନ୍ତି। ମହିଳାଙ୍କ କହିବା ପ୍ରକାରେ ଚାରି ପାଞ୍ଚୋଟି ଗୋବର ଡ଼ାଙ୍ଗ ବ୍ୟବହାର କରି ଗୋଟିଏ ବେଳାର ରୋଷେଇ ହୋଇ ପାରୁଛି। କମ ଧୁଆଁ ଓ ପାଉଁଶ ବାହାରୁଛି। ପାଉଁଶକୁ ଚାଷ ଜମିରେ ପକାଇବା ଦ୍ଵାରା ଜମିରେ ଉର୍ବରତା ବୃଦ୍ଧି ପାଉଛି। ବର୍ଷା ପୂର୍ବରୁ ଅଧିକ ପରିମାଣରେ ଗୋବର ଡାଙ୍ଗ ପ୍ରସ୍ତୁତ କରିଥିଲେ ବର୍ଷା ଦିନେ ଆଉ ଜଙ୍ଗଲକୁ ଜାଳେଣି ପାଇଁ ଯିବାକୁ ପଡୁ ନଥିବା କହିଛନ୍ତି ମହିଳା। ବହୁ କାଳରୁ ଏହି ପାରମ୍ପାରିକ ଜାଳେଣି ସାମଗ୍ରୀ ପଲ୍ଲୀ ମଫସଲି ଗାଁ ମାନଙ୍କରେ ଏବେ ମଧ୍ୟ ବ୍ୟବହାର ହୋଇ ଆସୁଛି। ସାମ୍ପ୍ରାତିକ ପରିସ୍ଥିତିରେ ଜାଳେଣି ବିକଳ୍ପ ଭାବେ ଏହାର ବ୍ୟବହାର ଚାହିଦା ବୃଦ୍ଧି ହୋଇଛି। କିନ୍ତୁ ଏହା ବ୍ୟବସାୟିକ ଭିତ୍ତିରେ ଲୋକେ ପ୍ରସ୍ତୁତ କରୁନାହାନ୍ତି। ନିଜ ପାଇଁ ଆବଶ୍ୟକ ଅନୁସାରେ ତିଆରି କରୁଛନ୍ତି। ଗୋବର ମଧ୍ୟ ଆଗଭଳି ମିଳୁନଥିବାରୁ ଘଷି ବି ପ୍ରସ୍ତୁତ କରି ପାରୁନାହାଁନ୍ତି। କରେଣ୍ଟ ଚୁଲା ଗ୍ୟାସ ଚୂଲା ଉପରେ ନିର୍ଭର କରୁଥିବା ବେଳେ ମୂଲ୍ୟ ବୃଦ୍ଧି ଯୋଗୁଁ ଗରିବ ମହିଳାଙ୍କ ଜାଳେଣି ସଂସାଧନ ଭାବେ ଗୋବର ଲିପା ବାଡ଼ିର
ଉପକାରିତା ମନେ ପଡୁଛି।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page