ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ

ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ ବିମାନରେ ମା’ ଟଙ୍କପାଣି, ହରପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଚଳନ୍ତି ପ୍ରତିମା ବିରାଜମାନ କରି ଗାଁ ଗାଁ ବୁଲି ଭୋଗ ଖାଇଥିଲେ l ଚତୁର୍ଦ୍ଧଶୀ ରାତିରେ ଟଙ୍କପାଣି ଗ୍ରାମରୁ ଏକ ବିରାଟ ଶୋଭାଯାତ୍ରାରେ ବିମାନ ବାହାରି ମା’ ଟଙ୍କପାଣି ମନ୍ଦିର ସମ୍ମୁଖରେ ଥିବା ଦୋଳବେଦୀରେ ପହଞ୍ଚିଥିଲେ l ପରେ ନୀତିକ୍ରାନ୍ତି ଅନୁସାରେ ମେଣ୍ଢାପୋଡି କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ପୂର୍ଣ୍ଣମୀ ରାତିରେ ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ପରେ ଦୋଳବେଦୀରେ ହୋମଯଜ୍ଞ କରାଯାଇ ମନ୍ଦିରରୁ ଚଳନ୍ତି ପ୍ରତିମାଙ୍କୁ ଦୋଳବେଦୀରେ ବିରାଜମାନ କରାଯାଇଥିଲା l ଏହି ସମୟରେ ବହୁ ଭକ୍ତ ଠାକୁରଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଥିଲେ l ପରେ ମା’ ଟଙ୍କପାଣି ଦେବୀ ଯୁବକ ସଙ୍ଘ ପକ୍ଷରୁ ୨ ଦିନ ଧରି ନାଟକ ପରିବେଷଣ କରାଯାଇଥିଲା l ଏଥିରେ ମାନ ଗୋବିନ୍ଦ ପଣ୍ଡା(ରିଙ୍କୁ)ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଗାଁର ଯୁବକ ମାନଙ୍କ ଅଭିନୟ ଅତି ଉଚ୍ଚକୋଟିର ଥିଲା l ସେହିପରି ପାୟଲ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା l ଟଙ୍କପାଣି ଦେବୀ ଯୁବକ ସଂଘ ଯାତ୍ରା କମିଟିର ସଭାପତି ରଘୁନାଥ ସାହୁ ଓ ସମ୍ପାଦକ ପ୍ରଣବ କୁମାର ନାୟକଙ୍କ ପ୍ରତ୍ୟୋକ୍ଷ ତତ୍ୱାବଧାନରେ ସଂଘର ସମସ୍ତ କର୍ମକର୍ତା, ଗ୍ରାମବାସୀ ଏବଂ ସ୍ଥାନୀୟ ପୁଲିସର ସହାୟତାରେ ଦୋଳ ଉତ୍ସବ ପାଳନ ହୋଇଥିଲା l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page