ଟିପିଗୁଡାରେ ବ୍ଲକ ସ୍ଥାପନ ପାଇଁ ବିରାଟ ରାଲି

ଧର୍ମଗଡ଼, ୧/୨ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):       କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଉପାନ୍ତ ବଡ଼ ପାହିଲପର ଅଞ୍ଚଳର କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ଗଠନ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏକ ବିରାଟ ପଟୁଆର ରେ ବିଭିନ୍ନ ବର୍ଗର ଜନସାଧାରଣ ଉତ୍ସବ ପଡିଆରୁ ଉପ ଜିଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଆସି ସହକାରୀ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଧର୍ମଗଡ଼ ବ୍ଲକ ୧ ନମ୍ବର ଜୋନର ଟିପିଗୁଡା, ଡୁମେରଗୁଡା, କନାଗାଁ, କାଙ୍କେରୀ, ସନ୍ଧିକୁଲିଆରୀ ପଞ୍ଚାୟତ କୁ  ମିଶ୍ରଣ କରି କେନ୍ଦ୍ର ତଥା ବ୍ୟବସାୟିକ ପେଣ୍ଠ ସ୍ଥଳୀ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ଅଞ୍ଚଳ ବାସି ତରଫରୁ ଦାବୀ ହେଉଛି l ବଡ଼ ପହିଲପାରର ଟିପିଗୁଡା ଅଞ୍ଚଳ ଦଳିତ ଆଦିବାସୀ ବହୁଳ, ଛତିଶଗଡ ସୀମାନ୍ତକୁ ଲାଗିରହିଥିବା ଏଠାକାର ଅଧିବାସୀଙ୍କ ମୁଖ୍ୟ ଜୀବିକା କୁଳି ମଜୁରୀ ଓ ଚାଷ କାର୍ଯ୍ୟ l ଉପାନ୍ତ ଅଞ୍ଚଳ ହୋଇଥିବାରୁ ପ୍ରଶାସନର ଅନେକ ଯୋଜନା ପାଇବାରେ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଏଣୁ ବଡ଼ପହିଲପାର ର ଅଧିକ ଜନବହୁଳ ପଞ୍ଚାୟତକୁ ବିଭକ୍ତ କରି ଅଞ୍ଚଳ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ଯଥାର୍ଥ ବୋଲି ଅଞ୍ଚଳବାସି ସରକାରଙ୍କ ଠାରେ ଦାବୀପତ୍ର ଦେବା ସହ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l ଟିପିଗୁଡା ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟିର ସଭାପତି ସନ୍ତୋଷ ନାଏକଙ୍କ ନେତୃତ୍ୱ ରାଲି ଅନୁଷ୍ଠିତ ହୋଇଥିବାବେଳେ କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଠା ଅଶୋକ ପଟ୍ଟଯୋଶୀ, ଉପ ସଭାପତି ଡୁମେରଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେଶ ଭଏଁସାଲ, ଚୈତନ୍ୟ ନାଏକ , ସମ୍ପାଦକ ଟିକେରାମ ସାହୁ, ସହ ସମ୍ପାଦକ ମଙ୍ଗନିଆ ଦୁର୍ଗା,  ଯୁଗ୍ମ ସମ୍ପାଦକ ଟିପିଗୁଡା ସରପଞ୍ଚ ତଥା ଧର୍ମଗଡ଼ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, ସମିତି ସଭ୍ୟା ଲତିକା ବାଗ, ପୂର୍ବତନ ଟିପିଗୁଡା ସରପଞ୍ଚ ଗଜିନ୍ଦ୍ର ନାଏକ,ଉଗ୍ରେସନ ନାଏକ,ଟିପିଗୁଡା ଗୌନ୍ତିଆ ବନ୍ଦକୁମର ନାଏକ, ପଦୁଲୋଚନ ବୋଡେ଼କ, ସୁଭାଶିଷ ପଟ୍ଟନାୟକ, ତେଜନ ଦୁର୍ଗା, କୃଷ୍ଣଦାସ ନାଏକ, ଜୀବଶଙ୍କର ନାଏକ, ସରୋଜ ନାଏକ, ରାଜାରାମ ନାଏକ ସମେତ ଟିପିଗୁଡା ଅଞ୍ଚଳର ପ୍ରାୟ ଶହ ଶହ ଲୋକ ଧର୍ମଗଡ଼ ଉତ୍ସବ ପଡିଆରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସହକାରୀ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀଙ୍କୁ ପ୍ରଦାନ କରିଥିଲେ l ସହାୟକ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ ଅଜିତ କୁମାର ଶବର ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page