ଥୁଆମୂଳ ରାମପୁର ସମିତିର ସ୍ବତନ୍ତ୍ର ସମିତି ବୈଠକ ଅନୁଷ୍ଠିତ

ଥୁଆମୁଳ : ଚଳିତ ମାସ ୨୫ ତାରିଖ ଦିନ ଥୁଆମୁଳ ରାମପୁର ସମିତି ସଭାଗୃହ ଠାରେ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ସମିତି ବୈଠକ ଅନୁଷ୍ଠିତ ହେଇଯାଇଛି।ବୈଠକ ଆରମ୍ଭରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଅଞ୍ଚଳର ଆରାଧ୍ୟ ଦେବୀ ମାଁ ମାଣିଙ୍କେଶ୍ୱରୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭାରମ୍ଭ କରାଯାଇଥିଲା। ବିଡିଓ ଧୃବ ଚରଣ ମୁଦୁଲିଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା

ସମ୍ବନ୍ଧରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ଗାଁର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଥିବା ଜନ ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧରେ ସମିତି ବୈଠକରେ ଯୋଗ ଦେଇଥିବା ଜନ ପ୍ରତିନିଧିମାନେ ସମିତିକୁ ଅବଗତ କରାଇଥିଲେ। ଏହାସହ ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ଯାଇଛି। ଅନେକ ଦୁର୍ଗମ ଅଞ୍ଚଳର ଗାଁ ଗୁଡିକରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି। ତେଣୁ ତା’ର ତ୍ଵରିତ ସମାଧାନ ପାଇଁ ପ୍ରାଥମିକତା ଦେବାକୁ ପ୍ରତିନିଧି ମାନେ ସମିତିକୁ ଜଣାଇଥିଲେ। ବୈଠକରେ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତିରେ ବିଜେପି ସରକାର ଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶାର କାର୍ଯ୍ୟ ଖସଡ଼ା ପଠନ କରି ଆଗାମୀ ୫ ବର୍ଷ ପାଇଁ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ତେବେ ଥୁଆମୂଳ ରାମପୁର ବ୍ଳକରେ ଥିବା ୨୪ ଗୋଟି ପଞ୍ଚାୟତ ପାଇଁ ମାତ୍ର ୪ ଜଣ ଜେ :ଇ : ଙ୍କ ଦାୟୀତ୍ବ ତୁଲାଉଥିବା ବେଳେ ଗାଁ ର ବିକାଶ କିପରି ହେବ ବୋଲି ସମସ୍ତେ ଉଦବେଗ ପ୍ରକାଶ କରିଥିଲେ।ଖାଲି ରହିଥିବା ଏ ବିଡ଼ିଓ. ଜିପିଓ. ଏ ପିଓ. ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ଆଣିବାରେ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ବୈଠକରେ ସମସ୍ତ ସମିତି. ସରପଞ୍ଚ ପ୍ରକାଶ କରିଥିଲେ.ଏଥିରେ ବିଡ଼ିଓ ଙ୍କ ସମେତ ସାଂସଦ ପ୍ରତିନିଧି ପବିତ୍ର ନାଏକ, ଥୁଆମୂଳ ରାମପୁର ର ଅତିରିକ୍ତ ତହସିଲଦାର, ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଟୁନି ଖୋସଲା ଙ୍କ ସହ ବ୍ଲକ ପ୍ରଶାସନର ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗତ ବୈଠକର ବିବରଣୀ ସମିତିରେ ଉପସ୍ଥାପିତ କରିବା ସହ ଯଥା ଶୀଘ୍ର ଖାଲି ପଡ଼ିଥିବା ପଦବୀ ଓ ଆବଶ୍ୟକ ଥିବା ଯେଇ ପୂରଣ ପାଇଁ ଗୋଷ୍ଟି ଉନ୍ନୟନଅଧିକାରୀଙ୍କୁ ଜଣାଇ ଥିଲେ.ଏବଂ ଚଳିତ ବୈଠକର ଉଦ୍ଦେଶ୍ୟ ସମ୍ଵନ୍ଧରେ ସମିତିକୁ ଜଣାଇଥିଲେ।

କଳାହାଣ୍ଡି ଜିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page