ଦୈନିକ ଖବର କାଗଜ ଅପରାହ୍ନ ର ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଧର୍ମଗଡ ୧୨/୦୪/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦୈନିକ ଖବର କାଗଜ ଅପରାହ୍ନର ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ଚଳିତ ମାସ ବାର ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ପ୍ରକାଶ ନାଏକ, ସଭା ମୁଖ୍ୟ ସୁଧିର ମେହେର, ମୁଖ୍ୟବକ୍ତା ବିରଞ୍ଚି ନାରାୟଣ ମୁଣ୍ଡ, ସମ୍ମାନିତ ଅତିଥି ଶ୍ରବଣ କୁମାର ସାହୁ, ଅଜୟ ଦାସ, ଅନିତା ମୁଣ୍ଡ, ପ୍ରିୟବ୍ରତ ବାଣୁଆ, ସ୍ଵର୍ଣ୍ଣ ଦାଶ, ଜନ୍ମେଜୟ ନାଏକ, କୁଞ୍ଜବିହାରୀ ପଟେଲ ପ୍ରମୁଖ ଉପସ୍ଥିତ ମଞ୍ଚାସିନ ଥିଲେ ।ମଞ୍ଚାସିନ ସମସ୍ତ ଅତିଥି ଅପରାହ୍ନ ଖବର କାଗଜ ଉପରେ ସଂକ୍ଷିପ୍ତ ଭାବରେ ଉଦବୋଧନ ଦେଇ ଥିଲେ ଏବଂ ଜିଲ୍ଲା ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୭୫ ଜଣ କବି  ନିଜର କବିତା ପଠନ କରିଥିଲେ ।ଏହା ପରେ ସମସ୍ତ କବି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ଏଠାରେ ନବଘନ ସାହୁ ଓ ପ୍ରେମଲାଲ ବାଗ କବିତା ସଂଯୋଜନା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ସଂଯୋଜକ କବି ଭାଗିରଥୀ ସାଗର ମଞ୍ଚ ପରିଚାଳନା କରିଥିଲେ ।ଶେଷରେ ନିରଞ୍ଜନ ସାହାଣୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ରେ ସଭାମୁଖ୍ୟ ଉଦ୍ଧବ ଚରଣ ସାହୁ,ମୁଖ୍ୟ ଅତିଥି ଅଶୋକ ପଟ୍ଟନାୟକ, ମୁଖ୍ୟବକ୍ତା ମୋହନ ଚରଣ ବିଶି, ବରେଣ୍ୟ ଅତିଥି ଅପରାହ୍ନ ଖବରକାଗଜ ସମ୍ପାଦକ ବଂଶୀଧର ଜେନା, ସମ୍ମାନିତ ଅତିଥି ଅପରାହ୍ନ ଖବରକାଗଜ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ, କୋରାପୁଟ ଜିଲ୍ଲା ସଂଯୋଜିକା ଡ଼ା ସବିତା ଶତପଥୀ, କୈଳାଶ ରାଉତ, ନିରଞ୍ଜନ ସାହାଣୀ ପ୍ରମୁଖ  ମଞ୍ଚାସିନ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଠାରେ ମଞ୍ଚ ପରିଚାଳନା ଭାଗିରଥୀ ସାଗର କରିଥିବା ବେଳେ ପ୍ରେମଲାଲ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page