କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର ଗ୍ରହଣ କଲାପରେ ଥାନା ପକ୍ଷରୁ ଅଧିକାରୀ, କର୍ମଚାରି ମାନେ ଡିଏସପି ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ନୂତନ ମହିଳା ଡିଏସପି ଯୋଗଦାନ କରିବା ପୂର୍ବରୁ ଡିଏସପି ଡୋଳାମଣୀ ଭୋଇ ଉପଖଣ୍ଡ ଥାନାର କାର୍ଯ୍ୟର ଦାୟିତ୍ୱ ତୁଲାଉ ଥିଲେ | ସେ ପଦୋନ୍ୱିତ ହୋଇ ଜ଼ିଲ୍ଲା ହେଡ଼ କ୍ଵାଟର କୁ ଅତିରିକ୍ତ ଏସପି ଭାବେ ବଦଳି ହେବା ପରେ ଗତ ଫେବୃୟାରୀ ୨୩ ତାରିଖ ଦିନ ସୂଶ୍ରୀ ଭର୍ଷିଥା ଅପେଡୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ କରି ଦାୟିତ୍ୱ ନେଇ ଛନ୍ତି | ଏହା ପୂର୍ବରୁ ସୂଶ୍ରୀ ଅଡେପୂ ତେଲେଙ୍ଗାନା ରାଜ୍ୟର ଜନ୍ମିତ ୨0୨୧ ବ୍ୟାଚ ଓଡିଶା କ୍ୟାଡର ର ଆଇପିଏସ ଅନୁଗୁଳ ଜ଼ିଲ୍ଲାରେ ପ୍ରୋବେଶନ ରେ କାର୍ଯ୍ୟରତ ଥାଇ ନିକଟରେ ହୋଇଥିବା ନୂଆପଡା ଉପନିର୍ବାଚନ ରେ ଗୁରୁ ଦାୟିତ୍ୱ ନିଭାଇ ଥିଲେ |ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ କାର୍ଯ୍ୟଭାର ଦାୟିତ୍ୱ ନେଇ ସେ ପ୍ରତିକ୍ରିୟା ରେ ସ୍ପଷ୍ଠୀକରଣ କରିଥିଲେ ଯେ ଧର୍ମଗଡ ଉପଖଣ୍ଡ ରେ ଥିବା ଥାନା ଓ ସହରର ଟ୍ରାଫିକ ସମସ୍ୟା, ବାଳି ଚୋରାଚାଲାଣ, ଗଞ୍ଜେଇ ଚାଲାଣ,ଚୋରି ତଥା ଅସାମାଜିକ ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ମ ନଜର ଦିଆ ଯିବ ବୋଲି ରୋକଠୋକ ପ୍ରତିକ୍ରିୟା ରଖିଛନ୍ତି | ତେଣୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ସୂଶ୍ରୀ ଭର୍ଷିଥା ଅଡେପା ଯୋଗ ଦେଇଥିବାରୁ ଅଞ୍ଚଳ ବାସୀ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି | ଏହା ସହ ଅଞ୍ଚଳର ଜନସାଧାରଣ ମାନେ ଆଶା ରଖିଛନ୍ତି ଯେ ନୂତନ ଡିଏସପି ଆଇନ ଶୃଙ୍ଖଳାକୁ ଆହୁରି ଅଧିକରୁ ଅଧିକ ସୂଦୃଢ କରିବେ ଓ ଲୋକମାନଂକୁ ଉଚିତ ନ୍ୟାୟ ପ୍ରଦାନ କରିବେ |

ପ୍ୟାରିଲାଲ ଦୁର୍ଗା
ଜ଼ିଲ୍ଲା ପ୍ରତିନିଧି, କଳାହାଣ୍ଡି