ଧର୍ମଗଡ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଉତ୍କଳ ଦିବସ

ଧର୍ମଗଡ,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ୯୦ ବର୍ଷରେ ପାଦ ଥାପିଲା ଆମ ରାଜ୍ୟ ଓଡ଼ିଶା । ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ଏହି ପରିପ୍ରେକ୍ଷୀରେ ଧର୍ମଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୯୦ ତମ ଓଡିଶା ଦିବସ ୨୦୨୫ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଛକମା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ତହସିଲଦାର ସଞ୍ଜୟ କୁମାର ରାଉତରାୟ, ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି, ଡେପୁଟି କଲେକ୍ଟର ଚୋଡ଼ଗଙ୍ଗ ପ୍ରଧାନ , ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୁଞ୍ଜବିହାରୀ ଦାସ ମଞ୍ଚାଷିନ ଥିଲେ। ପ୍ରଥମେ ଓଡିଶାର ମହାପୁରୁଷ ମାନଙ୍କର ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା  ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ  ଉତ୍କଳ ସଙ୍ଗୀତ  ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। ମଞ୍ଚାଷିନ ଅତିଥି ମାନେ ଓଡିଶା ଦିବସ ବିଷୟରେ ଓ ଓଡିଶା ବରପୁତ୍ର ମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ନିଜ ନିଜ ଅଭି ଭାଷଣରେ ମତ ପ୍ରଦାନ କରିଥିଲେ। ପଞ୍ଚାୟତ ମହାବିଦ୍ୟାଳୟ ପ୍ରଧ୍ୟାପକ ମାଧବ ଲହଜଲ ମଞ୍ଚ ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ଧର୍ମଗଡରୁ ଜନ୍ମେଜୟ ନାଏକ ଙ୍କ ରିପୋର୍ଟ     

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page